ଆଠଗଡ଼ ୨୦।୧୨: ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ । ପରକୀୟା ପ୍ରୀତିରୁ ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଝିଅକୁ ଶାଶୁଘର ଲୋକ ହତ୍ୟା କରିଥିବା କଟକ ତିଗିରିଆ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ଶୁଶାନ୍ତ ରାଉତ। କଟକ ଜିଲ୍ଲା ତିଗିରିଆ ଥାନା ବନମାଳୀପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଗତ ବର୍ଷେ ତଳେ ତିଗିରିଆ ଥାନା ବନମାଳୀପୁର ଗାଁର ସନ୍ତୋଷ ଜେନାକୁ ବିବାହ କରିଥିଲେ ବାଙ୍କୀ ଥାନା ଅନ୍ତର୍ଗତ ପାଳପୁଟ ଗାଁର ଶୁଶାନ୍ତ ରାଉତଙ୍କ ଝିଅ । ଝିଅର ହଠାତ ଦେହ ଖରାପ ହୋଇଥିବା ନେଇ ଜ୍ବାଇଁ ଘରୁ ଫୋନ୍ ଆସିଥିଲା । ଫୋନ୍ କଲ୍ ପାଇ ଜ୍ବାଇଁ ଘରକୁ ଯାଇ ଦେଖିଲେ ଝିଅର ମୃତଦେହ ପଡିଛି । ଝିଅ ବେକରେ ଦାଗ ଦେଖି ଝିଅକୁ ଶାଶୁଘର ଲୋକ ମାରିଦେଇଥିବା ନେଇ ତିଗିରିଆ ଥାନାରେ ପରିବାର ପକ୍ଷରୁ ଲିକ୍ଷିତ ଅଭିଯୋଗ କରାଯାଇଛି ।
ବିବାହ ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ବାମୀଙ୍କର ତାଙ୍କ ଭାଉଜ ସହ ପରକୀୟା ପ୍ରୀତି ସଂପର୍କ ଅଛି । ସେ ଅନେକ ଥର ଏହାକୁ ବିରୋଧ କରିବାରୁ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ସହିତ ଜୀବନରୁ ମାରିଦେଇଥିବା ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଏହି ଅଭିଯୋଗ ଆଧାରରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି ତିଗିରିଆ ଥାନା ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଆଠଗଡ଼ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ କହିଛନ୍ତି ।
You Can Read:
ଭିଜିଲାନ୍ସ ପଞ୍ଝାରେ ବୟନ ଶିଳ୍ପ ବିଭାଗର ୨ କର୍ମଚାରୀ, ନେଉଥିଲେ ୧୦ହଜାର ଟଙ୍କା ଲାଞ୍ଚ