ଆସିକା ୧୬।୧୧: ଗତ ୩ ଦିନ ହେଲା ମେଡିକାଲରେ ପଡି ରହିଥିଲା ଶବ । ଧରାକୋଟ ମେଡିକାଲରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ପଚା ଶବକୁ ଶେଷରେ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ବ୍ରହ୍ମପୁର ।
ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ବସନ୍ତ ବେହେରା ନାମକ ଜଣେ ଯୁବକଙ୍କର ତାଙ୍କ ଶ୍ବଶୁର ଘର ପଣିବନ୍ଧ ଗ୍ରାମରେ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ଜାଣିବା ପରେ ବସନ୍ତଙ୍କ ଭାଇ ମାନେ ତାଙ୍କ ଶ୍ବଶୁର ଘର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ । ବସନ୍ତଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ରହିଥିଲା । ଫଳରେ ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା । ଏବେ ଉଭୟ ପରିବାରକୁ ପୋଲିସ ଡାକିବା ସହ ସାଇଣ୍ଟିଫିକ୍ ଟିମ୍ ଆଣି ତନାଘନା କରିଛି । ଶବକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।
You Can Read:
ରାଜ୍ୟରେ ଖୋଲିବ ନୂଆ ୩ଟି କ୍ଷୀର ପ୍ଲାଣ୍ଟ : ଓମ୍ଫେଡ ପାଣି, ଚକୋଲେଟ୍ ଆସିବ