ଭଦ୍ରକ୧୮/୧୧: ଆକ୍ସନ ମୋଡ୍ରେ ଭଦ୍ରକ ଏସ୍ପି । ରବିବାର କୋଇଲା ଚୋରି ରୋକିବା ପାଇଁ ନମ୍ବର ଜାରି କରିଥିଲେ । ସୋମବାର ଚୋରା ବେପାରୀଙ୍କୁ ଗୋଡାଇ ଗୋଡାଇ ଧରିଲେ । ଭଦ୍ରକରେ କୋଇଲା ଚୋରି ରୋକିବାକୁ ଏସ୍ପି ମଡକର ସନ୍ଦୀପ ସଂପଦଙ୍କ ସ୍ବତନ୍ତ୍ର ଅଭିଯାନ । ରାତିତମାମ ଏସ୍ପିଙ୍କ ନେତୃତ୍ବରେ ପୀରହାଟ ଓ ଘଣ୍ଟେଶ୍ବର ଅଞ୍ଚଳରେ ରେଡ୍ କରାଯାଇଛି ।
୨ଟି ପିକ୍ଅପ ଭ୍ୟାନ ସହ ବିଭିନ୍ନ ସ୍ଥାନରେ ଗଚ୍ଛିତ ଥିବା ପ୍ରାୟ ୮ହଜାର କିଲୋରୁ ଅଧିକ କୋଇଲା ଜବତ କରାଯାଇଛି । ଜିଲ୍ଲାରେ ଚୋରା କୋଇଲା,ଗୋ ଚାଲାଣ ସହ ଅପରାଧିକ କାର୍ଯ୍ୟକଳାପ ସଂପର୍କୀତ ସୂଚନା, ନମ୍ବର 9438916370ରେ ଜଣାଇବାକୁ ଲୋକଙ୍କୁ ଅପିଲ କରିଥିଲେ ଏସ୍ପି । ସୂଚନା ଦେଇଥିବା ବ୍ୟକ୍ତିଙ୍କ ତଥ୍ୟ ସଂପୂର୍ଣ୍ଣ ଗୋପନ ରଖାଯିବା ନେଇ ଆଶ୍ବାସନା ମଧ୍ୟ ଦେଇଥିଲେ । ନମ୍ବରରେ ସୂଚନା ମିଳିବା ପରେ ପୀରହାଟ ଓ ଘଣ୍ଟେଶ୍ବର ଅଞ୍ଚଳରେ ଚଢାଉ କରାଯାଇଥିଲା ।