ବାହା ହେବାକୁ ମନା କଲେ ଥାନା ବାବୁ, ନ୍ୟାୟ ପାଇଁ ଥାନାରେ ହୋମଗାର୍ଡ,ଆପୋଷ ବୁଝାମଣା ପାଇଁ ଉଦ୍ୟମ

Published By : Prameya-News7 Bureau | February 25, 2025 IST

ଜଗତସିଂହପୁର ୨୫/୨: ପ୍ରେମ କଲେ । ଶାରିରୀକ ସଂପର୍କ ରଖିଲେ । କିଛି ଦିନ ଏମିତି ପ୍ରେମ ଚାଲିଲା । ହେଲେ ପ୍ରେମିକା ଯେତେବେଳେ ଅଧିକାର ମାଗିଲେ ମାନେ ବାହା ହେବାକୁ କହିଲେ ବିଚରା ପ୍ରେମିକ ପ୍ରବରଙ୍କ ମୁହଁ ଶୁଖିଗଲା । ଆଉ ଧରାଛୁଆଁ ଦେଲେନି । ନ୍ୟାୟ ପାଇଁ ଥାନାରେ ବସିଲେ ପ୍ରେମିକା । ପ୍ରେମିକ ଜଣକ ହେଉଛନ୍ତି ଆଇନର ରକ୍ଷକ ଥାନା ଅଧିକାରୀ ଆଉ ତାଙ୍କ ପ୍ରେମିକା ହୋମଗାର୍ଡ । ମହିଳା ହୋମଗାର୍ଡଙ୍କୁ ପ୍ରେମ କରି ଫସିଲେ ଥାନା ବାବୁ । ଏହି ଘଟଣାକୁ ଜଗତସିଂହପୁରରେ ଚର୍ଚ୍ଚା ଜୋର ।

ସୋମବାର ମହିଳା ହୋମଗାର୍ଡ ଜଣକ ଜଗତସିଂହପୁର ଥାନାରେ ଏତଲା ଦେଉଥିବାର ସୁରାକ ପାଇ ଥାନା ଅଧିକାରୀ ଫେରାର ହୋଇଯାଇଥିଲେ । ତେବେ ଜଗତସିଂହପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ କାବୁ କରି ଜଗତସିଂହପୁର ଥାନାକୁ ଆଣିଥିଲେ । ମଙ୍ଗଳବାର ଉଭୟଙ୍କୁ ଏସ୍‌ପି ଅଫିସରେ ୯ ଜଣିଆ ଟିମ୍‌ ଜେରା କରୁଛନ୍ତି ।

ଅଭିଯୋଗ ଆଣିଥିବା ମହିଳା ହୋମଗାର୍ଡଙ୍କର ଡାକ୍ତରୀ ମାଇନା କରିବାକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ଘଟଣାର ଆପୋଷ ସମାଧାନ ପାଇଁ ସ୍ବତନ୍ତ୍ର ଟିମ୍‌ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ଏ ସଂପର୍କରେ କାହାର କୌଣସି ପ୍ରତିକ୍ରିୟା ମିଳିପାରିନି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.