ଚନ୍ଦ୍ରଯାନ-୩ ମିଶନକୁ ଲିଡ୍ କରୁଥିବା ଲକ୍ଷ୍ନୌର 'ରକେଟ ଓ୍ୱିମେନ', ଜାଣନ୍ତୁ କିଏ ମହିଳା...

Published By : Prameya-News7 Bureau | July 14, 2023 IST

ନୂଆଦିଲ୍ଲୀ ୧୪/୦୭: ଚନ୍ଦ୍ରାୟନ-୩ ର ଲ୍ୟାଣ୍ଡର, ରୋଭର ଏବଂ ପ୍ରୋପଲେସନ୍ ମଡେଲକୁ ମିଶାଇ ଯାଇଛି ୬ ପେଲୋଡ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମିଶନକୁ ଆଗେଇ ନେବାରେ ରହିଛି ଜଣେ ରକେଟ୍ ଓ୍ୱିମେନଙ୍କ ହାତ । କିଏ ଏହି ରକେଟ୍ ଓ୍ୱିମେନ୍ ? କଣ ତାଙ୍କର ପରିଚୟ ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ସ୍ପେଶ ସାଇଣ୍ଟିଷ୍ଟ ଋତୁ କରିଘାଲ ଶ୍ରୀବାସ୍ତବ । ଚନ୍ଦ୍ରୟାନ-୩ ମିଶନର ଲିଡର । ଏବେ କିନ୍ତୁ ରକେଟ ୱିମେନ ନାମରେ ବେଶ୍ ଜଣାଶୁଣା । ଚନ୍ଦ୍ରୟାନ-୩ ମିଶନର ଡାଇରେକ୍ଟର ରୂପେ ତାଙ୍କର ରହିଛି ଗୁରୁ ଦାୟିତ୍ୱ । ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ଋତୁ ଏବେ ସମଗ୍ର ଦେଶରେ ପରିଚିତ । ପିଲାଟୁ ବେଳେ ଋତୁଙ୍କର ମହାକାଶ ସମ୍ପର୍କରେ ଜାଣିବାରେ ଥିଲା ପ୍ରବଳ ଆଗ୍ରହ । ‘ମଙ୍ଗଳାୟନ' ମିଶନରେ ଡେପୁଟି ଅପରେଶନ ଡାଇରେକ୍ଟର ଦାୟିତ୍ୱ ସମ୍ଭାଳିଥିଲେ । କେବଳ ଦାୟିତ୍ୱ ସମ୍ଭାଳିନଥିଲେ ନିଜ ଦକ୍ଷତାର ଦେଇଥିଲେ ପରିଚୟ । ଏବେ ଋତୁ ସ୍ଥାପନ କରିବାକୁ ଯାଉଛନ୍ତି ଆଉ ଏକ କୀର୍ତ୍ତିମାନ ।

wp:html /wp:html

ସେପଟେ ଓଡ଼ିଆ ବୈଜ୍ଞାନିକଙ୍କ କାନ୍ଧରେ ବି ରହିଛି ଗୁରୁ ଦାୟିତ୍ୱ । ସେ ହେଉଛନ୍ତି ଭୁବନେଶ୍ୱର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଏବଂ ଟ୍ରେନିଂ ସେଣ୍ଟର ପ୍ରଡକ୍ସନ ହେଡ କେ. ବିଜୟ କୁମାର । ଚନ୍ଦ୍ରଯାନ -3 ପାଇଁ ଅନେକ ଜରୁରୀ ଉପାଦାନ ତିଆରି ପଛରେ ରହିଛି ତାଙ୍କ ହାତ । ସେ କହିଛନ୍ତି ଚନ୍ଦ୍ରାୟନ-3 ମିଶନ ପାଇଁ ଗତ ଦୁଇ ବର୍ଷ ଧରି ସେମାନେ ଜାରି ରଖିଛନ୍ତି ତାଙ୍କର ସମସ୍ତ ପ୍ରୟାସ । ଆମ ପାଇଁ ଜୁଲାଇ ୧୪ ଗୌରବର ଦିନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.