ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ, ଘାଟରେ ଲାଗିଲା ଗହଳି

Published By : Prameya-News7 Bureau | April 22, 2025 IST

ଜଳେଶ୍ୱର ୨୨/୦୪: ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ । ଖବର ଜଣାପଡିବା ପରେ ଲୋକଙ୍କ ଗହଳି ଲାଗିଥିଲା । ଆଖପାଖର ଲୋକ ଓ ପର୍ଯ୍ୟଟକ ଏକାଠି ହୋଇଥିଲେ ଜଗନ୍ନାଥଙ୍କୁ ଦେଖିବାକୁ । 

ସୂଚନା ଥାଉକି, ଓଡିଶା ପଶ୍ଚିମବଙ୍ଗ ସୀମାନ୍ତରେ ଆସନ୍ତା ୩୦ତାରିଖ ଦିଘାରେ ପ୍ରତିଷ୍ଠା ହେବ ଜଗନ୍ନାଥ ମନ୍ଦିର । ମହାପ୍ରଭୁଙ୍କ ପୁରୀ ରୀତି ନୀତି ଅନୁସାରେ ଏଠାରେ ପ୍ରତିଷ୍ଠା କରାଯିବ । ମାତ୍ର ମହାପ୍ରଭୁଙ୍କୁ ପ୍ରତିଷ୍ଠା ପୂର୍ବରୁ ସୋମବାର ଅପରାହ୍ନରେ ଦୀଘାର ମହାନ୍ତି ଘାଟ ନିକଟରେ ସମୁଦ୍ରରେ ପ୍ରଭୁ ଜଗନ୍ନାଥଙ୍କ ଏକ କାଠ ପ୍ରତିମା ଭାସୁଥିବା ଦେଖିବାକୁ ମିଳିଥିଲା । ଯାହା ଚାରିପାଖରେ ବେଳାଭୂମି ସହର ଦୀଘା ସମୁଦ୍ର । ସେହି ମହାନ୍ତି ଘାଟରେ ଏକ ନୂତନ ଘାଟ ନିର୍ମାଣ ପାଇଁ କାମ ଚାଲିଥିଲା । 


ଯେତେବେଳେ ମେକାନିକ୍‌ମାନେ ପ୍ରତିମୂର୍ତ୍ତିକୁ ଦେଖିଲେ । ସେମାନେ ତାହାକୁ ଉଠାଇ କୂଳକୁ ଆଣିଲେ । ଖବର ପ୍ରସାରିତ ହେବା ମାତ୍ରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ଠାକୁରଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଜଗନ୍ନାଥ ମନ୍ଦିର ଏପ୍ରିଲ ୩୦, ଅକ୍ଷୟ ତୃତୀୟା ଦିନ ଉଦଘାଟନ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.