ଚିଲିକା ଢେଉରେ ମହାପ୍ରଭୁଙ୍କ ନିଆରା ବାହୁଡ଼ା ଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

Published By : Prameya-News7 Bureau | July 05, 2025 IST

ଟାଙ୍ଗୀ ୫।୭: ପବିତ୍ର ବାହୁଡା ଯାତ୍ରା । ଏହି ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରାରେ ଜଗତର ନାଥ ଜଗନ୍ନାଥଙ୍କର  ଚିଲିକାର ନୀଳ ଜଳରାଶିରେ ଅନୁଷ୍ଠିତ ହୋଇଥିଲା । ସମଗ୍ର ବିଶ୍ବରେ ସବୁଠି ସ୍ଥଳ ପଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଠି କିନ୍ତୁ ଚିଲିକାର ଜଳପଥରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା, ଯାହାକି ନିଆରା ରଥଯାତ୍ରା ଭାବେ ପାଳନ କରାଯାଏ । ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ସମସ୍ତ ନୀତିକାନ୍ତି ଅନୁଯାୟୀ ପାଳନ ହୋଇଥାଏ ଏହି ବାହୁଡା ରଥଯାତ୍ରା । 

ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅଧିନସ୍ଥ ନଈରୀ ଗ୍ରାମର ଚିଲିକା କୂଳରେ ଯଥା   ଚିଲିକା ମଧ୍ୟରେ ଥିବା ଏକ କୁଦ ରେ ରହିଛି ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ "କାଙ୍କଣ ଶିଖରୀ" ଧାମ ।  ଚିଲିକାର ମଧ୍ୟ ଭାଗରେ ରହିଛି ଗୋଟିଏ ଛୋଟ କୂଦ ଯାହାର ନାଁ ରହିଛି "କାଙ୍କଣ ଶିଖରୀ" । ସେହି ଠାରେ ହିଁ ଆଜକୁ ଦୀର୍ଘ  ବର୍ଷ ଧରି ଏଭଳି ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ୩ଟି ନୈ।କା (ଯାହାର ନାଁ ରହିଛି ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ)କୁ ଗୋଟିଏ ରଜୁରେ ବନ୍ଧା ଯିବା ପରେ ସେଥିରେ ନିର୍ମାଣ ହୋଇଥାଏ ରଥ । ସେହି ରଥରେ ବିରାଜମାନ କରିଥାନ୍ତି ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା । ରଥାରୂଢ଼ ହେବା ପରେ ରଥଟଣା ହୋଇଥାଏ । ଜଳ ପଥରେ ହୋଇଥାଏ ବାହୁଡା ଯାତ୍ରା । ଶ୍ରୀ ଗୁଣ୍ଡିଚା ଦିନ ଏପରି ହୋଇଥିଲା ଏବଂ ଆଜି ମଧ୍ୟ ସେପରି ବାହୁଡା ରଥଯାତ୍ରା ପାଳନ କରାଯାଇଛି ।

ଚିଲିକାର ନୀଳ ଜଳରାଶି ହୋଇଥାଏ ବଡ଼ଦାଣ୍ଡ ଏବଂ ଚିଲିକା ଢେଉରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ବିରଳ ବାହୁଡା ଯାତ୍ରା । ରଥ ରଜୁର ଆବଶ୍ୟକତା ନାହିଁ ବରଂ ଭାବରେ ବନ୍ଧା ନୀଳାମୟ ଠାକୁରଙ୍କ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ହୋଇଥାଏ ଏହି ବାହୁଡା ରଥଯାତ୍ରା । "କାଙ୍କଣ ଶିଖରୀ" କୂଦକୁ ପରିକ୍ରମା କରିବା ପରେ ଠାକୁର ପୁଣି ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ଘଣ୍ଟ-ଘଣ୍ଟା, କାହାଳୀ, ମୃଦଙ୍ଗ, ଝାଞ୍ଜ, କୀର୍ତ୍ତନ ସାଙ୍ଗକୁ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ରେ ପ୍ରକମ୍ପିତ ହୋଇଥାଏ ଗଗନ ପବନ । ଏହି ନିଆରା ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତ-ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ ।


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.