ବଲିଉଡ଼ ଅଭିନେତ୍ରୀରୁ ନାଗା ସ୍ୱାଧୀର ଯାତ୍ରା, ମମତା କୁଲକର୍ଣ୍ଣିରୁ ପାଲଟିଲେ ମମତାନନ୍ଦ ଗିରି

Published By : Prameya-News7 Bureau | January 25, 2025 IST

ମୁମ୍ୱାଇ୨୫/୦୧: ବଲିଉଡ଼ ଅଭିନେତ୍ରୀରୁ ନାଗା ସ୍ବାଧୀର ଯାତ୍ରା । ମମତା କୁଲକର୍ଣ୍ଣିରୁ ପାଲଟିଲେ ମମତାନନ୍ଦ ଗିରି। ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି । ପୁରୁଣା ଜୀବନକୁ ତ୍ୟାଗ କରି କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି । ଗ୍ଲାମର ଓ ଫିଲ୍ମର ମାର୍ଗକୁ ସବୁଦିନ ପାଇଁ ଛାଡି ନିଜ ଅତୀତ ଜୀବନକୁ ପଛରେ ପକାଇ ଏକ ନୂଆ ଜୀବନକୁ ଆପଣେଇ ନେଇଛନ୍ତି । ମମତା କୁଲକର୍ଣ୍ଣି ନିଜର ପୁରୁଣା ପରିଚୟ ଛାଡ଼ି ପ୍ରୟାଗରାଜର ସଙ୍ଗମ କୂଳରେ ଆୟୋଜିତ ମହାକୁମ୍ଭରେ ସ୍ନାନ କରି ନୂଆ ଜୀବନରେ ପ୍ରବେଶ କରିଛନ୍ତି । 

ମନ ଦେଇଥିଲେ ଡ୍ରଗ୍ସ ମାଫିଆକୁ । ଅଣ୍ଡରଓ୍ୱାର୍ଲ କନେକ୍ସନ, ଟପ୍‌ଲେସ ଫଟୋସୁଟ୍ । ବିବାଦୀୟ ବଲିଉଡ୍ ଅଭିନେତ୍ରୀରୁ ମହାମଣ୍ଡଳେଶ୍ୱର ।ସାଂସାରିକ ମୋହ ଛାଡି ମୋକ୍ଷ ମାର୍ଗରେ । ମମତା କୁଲକର୍ଣ୍ଣୀ ଏବେ ମମତାନନ୍ଦ ଗିରି । ୯୦ ଦଶକର ହିଟ୍‌ ଫିଲ୍ମ ‘ଆସିକ ଆୱାରା’ ।କ୍ରାନ୍ତିବୀର, କରନ ଅର୍ଜୁନ, ସବସେ ବଡ଼ା ଖିଲାଡ଼ି, ବାଜି ଭଳି ଫିଲ୍ମର ଅଭିନୟ । ୧୯୯୨ ଫିଲ୍ମ ତ୍ରିରଙ୍ଗାରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ମମତା କୁଲକର୍ଣ୍ଣି । 


ଭାରତ ସମେତ ବାଂଲାଦେଶୀ ସିନେମାରେ ମଧ୍ୟ କାମ କରିଛନ୍ତି। ତାଙ୍କ ବଲିଉଡ କ୍ୟାରିୟର ସମୟରେ, ମମତା କୁଲକର୍ଣ୍ଣୀ ତାଙ୍କର ହଟନେସ୍ ପାଇଁ ଜଣାଶୁଣା ଥିଲେ। ୧୯୯୩ ମସିହାରେ, ଷ୍ଟାରଡଷ୍ଟ ପତ୍ରିକା ପାଇଁ ଏକ ଟପଲେସ୍ ଫଟୋସୁଟ୍ କରିଥିଲେ ସେ। ଫଳରେ ବଲିଉଡରେ ଲାଗିଥିଲା ନିଆଁ । ପତ୍ରିକା ଉନ୍ମୋଚନ ପରେ ବିବାଦ ହେବାରୁ ବଦଳିଥିଲା ପତ୍ରିକାର ରଙ୍ଗ । ଏମିତିକି ବିବାଦ ପରେ, ମମତାଙ୍କ ଉପରେ ଲାଗିଥିଲା ୧୫ ହଜାର ଜରିମାନା ।

ପରେ ହିଟ୍‌ ଅଭିନେତ୍ରୀରୁ ପାଲଟିଗଲେ ଅଣ୍ଡରୱାର୍ଲ ଡନ ଆବୁ ସାଲେମର ପ୍ରେମିକା । ହେଲେ ବି-ଟାଉନ୍‌ରୁ ଅଚାନକ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ମମତା । ୨୦୧୬ ମସିହାରେ ୨ ହଜାର କୋଟି ଟଙ୍କାରର ଡ୍ରଗ୍ସ ଟ୍ରାଫିକିଂରେ ତାଙ୍କର ସଂପୃକ୍ତି ଅଭିଯୋଗରେ ସଂପତ୍ତି ଆଟାଚ କରିଥିଲା ଥାନେ ପୋଲିସ କ୍ରାଇମବ୍ରାଞ୍ଚ। ତେବେ ତାଙ୍କର କୌଣସି ପତ୍ତା ନମିଳିବାରୁ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଥିଲା। ଗତବର୍ଷ ତାଙ୍କୁ କ୍ଲିନଚିଟ୍ ଦେଇଥିଲେ କୋର୍ଟ। 

ଦୀର୍ଘ ଦିନ ଧରି ଗୁପ୍ତ ଜୀବନ ବିତାଇବା ପରେ ମମତା କୁଲକର୍ଣ୍ଣି ଭାରତ ଆସିଥିଲେ । ସେହି ସମୟରେ, ସେ 'ଏକ ଯୋଗିନୀର ଆତ୍ମକଥା' ନାମକ ଏକ ପୁସ୍ତକ ଉନ୍ମୋଚନ କରିଥିଲେ। ସେହି ସମୟରେ ମମତା କହିଥିଲେ ଯେ କିଛି ଲୋକ ସାଂସାରିକ କାର୍ଯ୍ୟ ପାଇଁ ଜନ୍ମ ନିଅନ୍ତି ଏବଂ କିଛି ଲୋକ ପରମେଶ୍ୱରଙ୍କ ପାଇଁ ଜନ୍ମ ନିଅନ୍ତି। ସେ ପରମେଶ୍ୱରଙ୍କ ପାଇଁ ଜନ୍ମ ହୋଇଥିଲେ। ସେହି ସମୟରେ ମଧ୍ୟ ସେ କୁମ୍ଭକୁ ଫେରି ଆସିଥିଲେ। ଏଥର ମଧ୍ୟ ତାଙ୍କୁ ମହାକୁମ୍ଭରେ ଦେଖିବାକୁ ମିଳିଥିଲା। 

ଗ୍ଲାମର ଓ ଫିଲ୍ମର ମାର୍ଗକୁ ଏବେ ସାତସପନ । ସବୁଦିନ ପାଇଁ ଅତୀତ ଜୀବନକୁ ପକାଇଛନ୍ତି ପଛରେ । ନୂଆ ଜୀବନକୁ ଆପଣେଇ ନେଇଛନ୍ତି ସୁନ୍ଦରୀ ଅଭିନେତ୍ରୀ । ନିଜର ପୁରୁଣା ପରିଚୟ ଛାଡ଼ି ପ୍ରୟାଗରାଜର ସଙ୍ଗମ କୂଳରେ ଆୟୋଜିତ ମହାକୁମ୍ଭରେ ସ୍ନାନ କରି ନୂଆ ଜୀବନରେ ପ୍ରବେଶ କରିଛନ୍ତି ସେ । ସଙ୍ଗମରେ ନିଜର ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ । ନିଜର ପୁରାତନ ଜୀବନକୁ ତ୍ୟାଗକରି ଶ୍ରୀ ୟାମି ମମତାନନ୍ଦ ଗିରି ଗ୍ରହଣ କରି ଅଭିନେତ୍ରୀରୁ ସ୍ବାଧୀ ପାଲଟିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.