ବ୍ରହ୍ମପୁର ୩୦।୪: ଆର୍ମି ପୋଷାକ ପରିଧାନ କରି ସେନା କର୍ମଚାରୀ ପରିଚୟ ଦେଇଥିଲେ । ଗୁଜରାଟ ପୋଲିସ କର୍ମଚାରୀ ବୋଲି ସାଧାରଣରେ ଦେଉଥିଲେ ପରିଚୟ । ଏଭଳି ଅଭିଯୋଗରେ ବ୍ରହ୍ମପୁର ପୋଲିସ ରାଜୁ ସାହୁ ନାମକ ଯୁବକକୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖରେ ଗାନ୍ଧିନଗର ଅଞ୍ଚଳରେ ସ୍ଥାନୀୟ ଲୋକ ଅଜଣା ଯୁବକଙ୍କୁ ଧରି ଟାଉନ ଥାନା ଜିମା ଦେଇଥିଲେ । ପୋଲିସ ତଦନ୍ତ କରିବା ପରେ ସେ ମିଛ କହୁଥିବା ଜାଣିବା ପରେ ତାଙ୍କୁ ଗିରଫ କରିଛି । ପ୍ରଥମେ ପଞ୍ଜାବର ୱାଘା ସୀମାନ୍ତରେ ସେନା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା କହିଥିଲା । ଗୋପାଳପୁର ଆର୍ମି କଣ୍ଟେନେଣ୍ଟକୁ କାର୍ଯ୍ୟରେ ଆସିଥିବା କହିଥିଲା । ପରେ ଗୁଜରାଟ ପୋଲିସରେ କାର୍ଯ୍ୟ କରୁଥିବା ନେଇ ଏକ ପରିଚୟ ପତ୍ର ଯୁବକଙ୍କ ଠାରୁ ମିଳିଥିଲା । ଏସବୁ ଘଟଣାର ତଦନ୍ତ ପରେ ଯୁବକ ଜଣଙ୍କ ମିଛ କହୁଥିବା ଜଣାପଡିଥିଲା । ଏମିତି କି ଭୋଟର ପରିଚୟ ପତ୍ର କି ଆଧାର କାର୍ଡ କି ଅନ୍ୟ ପରିଚୟ ପତ୍ର ଦେଇ ପାରିନଥିଲେ । ଶେଷରେ ପୋଲିସ ଯୁବକ ଜଣଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି ।
ତାଙ୍କ ନିକଟରୁ ସେନା ପୋଷାକ, ଖାକି ପ୍ୟାଣ୍ଟ, ଗୁଜରାଟ ପୋଲିସ ଲେଖାଥିବା ଏକ ପ୍ଲାଷ୍ଟିକ ପରିଚୟ ପତ୍ର ଜବତ କରିଥିବା ନେଇ ପୋଲିସ ସୂଚନା ଦେହଇଛି ।
You Can Read: