ଭୁବନେଶ୍ୱର ୩୦/୦୬: ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ଦେଖାଦେଇଛି । ତେବେ ସମ୍ଭାବ୍ୟ ବନ୍ୟାକୁ ନେଇ ସରକାର ସଜାଗ ହୋଇପଡିଛନ୍ତି । ବିଶେଷ କରି ବନ୍ୟା ସମୟରେ ପିଇବା ପାଇଁ ସଙ୍କଟ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ।
ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ତେଣୁ ଯେଉଁ ଅଞ୍ଚଳରେ ବନ୍ୟା ପାଣି ପଶିବ, ସେଠାରେ ତୁରନ୍ତ ପାନୀୟ ଜଳ ଉତ୍ସ ଗୁଡ଼ିକୁ ଆଉ ଥରେ ସାନିଟାଇଜ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଯେମିତି କେହି ସମସ୍ୟାରେ ନପଡ଼ନ୍ତୁ, ସେଥିପାଇଁ ବ୍ୟବସ୍ଥା କରାଯାଇଛି ।