କଟକ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ୍ ମାଣ୍ଡି ପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣାରେ ଦୁଇ ଗୁରୁତରଙ୍କ କଟକ ଏସ ସି ବି ର ନ୍ୟୁ ମେଡିସିନ ବିଭାଗର ଆଇସିୟୁରେ ଚିକିତ୍ସା ଚାଲିଛି। ସୋମବାର ଦୁଇ ଗୁରୁତର ଜୀତା ମାଝୀ ଓ ଟୁନି ମାଝୀଙ୍କୁ ଭେଟିଛନ୍ତି ବିଜେଡ଼ି ର ପ୍ରତିନିଧି ଦଳ।
ଏହି ପ୍ରତିନିଧି ଦଳରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ , ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଙ୍କ ସମେତ ଜିଜେଡି ର ଅନ୍ୟ ବରିଷ୍ଠ ସଦସ୍ୟ ସାମିଲ ଥିଲେ। ଦୁଇଜଣ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି ସେନେଇ ଡାକ୍ତର ଓ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲା ପ୍ରତିନିଧି ଦଳ। ଦେଖା କରି ଆସିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡ଼ି ବିଧାୟକ ବ୍ୟୋମକେଶ ରାୟ। ଏଭଳି ଘଟଣା ରାଜ୍ୟ ପାଇଁ ଲଜ୍ଜା ବୋଲି କହିଛନ୍ତି।