ରାସ୍ତାରେ ଯାହାକୁ ଦେଖୁଛି ଗୋଡାଇ କାମୁଡୁଛି,କୁକୁର ଆକ୍ରମଣରେ ୬ ଆହତ

Published By : Prameya-News7 Bureau | February 23, 2025 IST

ଭୋଗରାଇ ୨୩/୨: ରାସ୍ତାରେ ବୁଲୁଛି ପାଗଳା କୁକୁର । ଯାହାକୁ ଦେଖୁଛି ଗୋଡାଇ ଗୋଡାଇ କାମୁଡୁଛି । ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ବଜାର ଓ ଦୁଡପଳ ଛକରେ ପାଗଳା କୁକୁର ଆତଙ୍କ । 

ଗୋଡାଇ ଗୋଡାଇ ୬ ଜଣଙ୍କୁ କାମୁଡି ଘାଇଲା କରିଛି କୁକୁର । କାହାର ଗୋଡକୁ କାମୁଡିଛି ତ କାହାର ହାତ । ୬ଜଣ ଆହତଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତ କରାଯାଇଛି । ପାଗଳ କୁକୁର ଆତଙ୍କରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ତୁରନ୍ତ କୁକୁରକୁ କାବୁ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.