କାମାକ୍ଷାନଗର ୨୨।୬: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସକୁ ବଡ଼ ସଫଳତା । ଗଞ୍ଜେଇ ମାଫିଆ ଜଣକୁ ଗିରଫ କରିଛି ପୋଲିସ । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଥିଲା କାମାକ୍ଷାନଗର ପୋଲିସ । ଅଭିଯୁକ୍ତ ହେଲେ ମୋଟଙ୍ଗା ଥାନା ହଳଦିଆବାହାଳ ଅଞ୍ଚଳର ଜିତେନ୍ଦ୍ର କୁମାର ବେହେରା । ଜିତେନ୍ଦ୍ରଙ୍କ ଠାରୁ ୨୬ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।
ଜିତେନ୍ଦ୍ର ପ୍ରତିଦିନ ବସ୍ରେ ଯାତ୍ରା କରି ଗୋଟିଏ ଷ୍ଟପେଜରୁ ଅନ୍ୟ ଏକ ଷ୍ଟପେଜକୁ ଯାଇ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଛେଣ୍ଡିପଦା ଅଞ୍ଚଳରୁ ଗଞ୍ଜେଇ ଆଣି ଯାଜପୁର ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ । କାମାକ୍ଷାନଗର ଆଳତୁମା ଗ୍ରାମ ଛକ ନିକଟରେ ଅନ୍ୟ ଏକ ବସ୍କୁ ଅପେକ୍ଷା କରିଥିଲା ଗଞ୍ଜେଇ ମାଫିଆ ।
ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଆଶିଷ ଜେନା ଅଭିଯୁକ୍ତ ଜିତେନ୍ଦ୍ରକୁ ଆଳତୁମା ଗାଁ ଛକ ନିକଟରୁ କାବୁ କରିଥିଲେ । ଗତ ୧୫ ଦିନ ହେବ ଜିତେନ୍ଦ୍ରଙ୍କ ଉପରେ ପୋଲିସର ନଜର ରଖିଥିଲା ଏବଂ ଆଜି ଧରିବାରେ ସକ୍ଷମ ହୋଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
You Can Read:
ଜମିବାଡ଼ି ବିବାଦ ସହ ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, ୪ ଅଭିଯୁକ୍ତ ଅଟକ