ଉମରକୋଟ ୭।୪: ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍ ଠିକ୍ ସମୟରେ ନଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ଗଣମାଧ୍ୟମରୁ ଖବର ପାଇଲି । ନିଶ୍ଚୟ ଏହା ଉପରେ ତର୍ଜମା କରିବୁ । କ’ଣ ହୋଇଛି ସେନେଇ ତଦନ୍ତ କରିବୁ । ଯଦି ସେଭଳି କିଛି ହୋଇଥାଏ ତାହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ସୋମବାର ମାତୃଭାଷା ଓଡ଼ିଆ ପରୀକ୍ଷା ପାଇଁ ଫର୍ମପୂରଣ ଓ ଦାଖଲ କରିବାର ତାରିଖ ଥିବା ବେଳେ ବୋର୍ଡ କାର୍ଯ୍ୟାଳୟ କିନ୍ତୁ ୧୧ଟା ପର୍ଯ୍ୟନ୍ତ ଖୋଲି ନଥିଲା । ଫଳରେ ଦୂରଦୂରାନ୍ତ ଜିଲ୍ଲାରୁ ଆସିଥିବା ଶତାଧିକ ପରିକ୍ଷାର୍ଥୀ ପ୍ରବଳ ଖରାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏନେଇ ଖବର ପ୍ରସାରଣ ହୋଇଥିଲା ।
You Can Read:
ଭାରସାମ୍ୟ ହରାଇ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍, ୬ ଜଣ ଗୁରୁତର