ଆସେସ ସିରିଜ୍‌ରେ ପଦାର୍ପଣ କରିବେ ନୀତିନ ମେନନ, କହିଲେ- ଭାରତର ବଡ଼ ଖେଳାଳି ପଡ଼ିଆରେ ଚାପ ପକାଇବାକୁ ଚେଷ୍ଟା କରନ୍ତି

Published By : Prameya-News7 Bureau | June 17, 2023 IST

ନୂଆଦିଲ୍ଲୀ: ଗତ ୩ ବର୍ଷରେ ଭାରତର ବଡ଼ ବଡ଼ କ୍ରିକେଟ୍‌ ତାରକାଙ୍କ ଗହଣରେ ପ୍ରବଳ ଚାପରେ ଅମ୍ପାୟରିଂ କରିଥିବା ନୀତିନ ମେନନ ଏତେ ପରିପକ୍ଵ ହୋଇ ଯାଇଛନ୍ତି ଯେ, ଆଇସିସି ଏଲିଟ୍ ପ୍ୟାନେଲ୍‌ର ଏହି ଅମ୍ପାୟରଙ୍କୁ ଆସନ୍ତା ମାସରେ ଆସେସ୍ ସିରିଜ୍‌ରେ ପଦାର୍ପଣ କରିବାକୁ ସୁଯେଗା ମିଳିଛି। ୨୦୨୦ ଜୁନରେ ଆଇସିସି ଏଲିଟ୍ ପ୍ୟାନେଲ୍‌ରେ ସାମିଲ୍ ହୋଇଥିବା ମେନନ କରୋନା ମହାମାରୀ କାରଣରୁ ବିଦେଶ ଯାତ୍ରା ଉପରେ କଟକଣା କାରଣରୁ ଭାରତର ଅଧିକାଂଶ ଘରୋଇ ମ୍ୟାଚ୍‌ରେ ଅମ୍ପାୟରିଂ କରୁଥିବା ନଜର ଆସିଛନ୍ତି। ଏବେ ଆସେସ ସିରିଜ୍‌ର ଅମ୍ପାୟରିଂ କରିବାକୁ ଯାଉଛନ୍ତି ମେନନ।

ଏହ ପୂର୍ବରୁ ସେ ୟୁଏଇ ଏବଂ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ଵକପ୍‌ରେ ଅମ୍ପାୟରିଂ କରିଥିଲେ। ଗତ ବର୍ଷ ଇଂଲଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ଅମ୍ପାୟରିଂ ଦାୟିତ୍ଵ ସମ୍ଭାଳିଥିଲେ। ୨୦୨୦ ଜୁନରୁ ଏ ପର୍ଯ୍ୟନ୍ତ ନୀତିନ ମେନନ ୧୫ ଟେଷ୍ଟ, ୨୪ ଦିନିକିଆ ଏବଂ ୨୦ଟି ଅନ୍ତର୍ଜାତୀୟ ଟି-୨୦ରେ ଅମ୍ପାୟରିଂ ସାରିଲେଣି। ଆସେସ୍‌ ପୂର୍ବରୁ ପିଟିଆଇ ସହ ଆଲୋଚନା ବେଳେ ମେନନ କହିଛନ୍ତି, ଗତ ୩ ବର୍ଷରେ ଏତେ ସଂଖ୍ୟକ ମ୍ୟାଚ୍‌ରେ ଅମ୍ପାୟରିଂ କରିବା ତାଙ୍କ ପାଇଁ ଲାଭଦାୟୀ ହୋଇଛି।

The Ashes 2023: Series Preview | The Analyst

ମେନନ କହିଛନ୍ତି, ପ୍ରଥମ ୨ ବର୍ଷ ଭାରତୀୟ ଉପମହାଦ୍ଵୀପରେ ଅମ୍ପାୟରିଂ ଉପରେ କାମ କରିବାରେ ବହୁତ ଫାଇଦା ମିଳିଛି। ଅନେକ ଶ୍ରେଷ୍ଠ ମ୍ୟାଚ୍‌ରେ ଅଧିକାରୀ ଏବଂ ଖେଳାଳିଙ୍କ ସହ କାମ କରିବାର ବହୁତ ଭଲ ଅନୁଭୂତି ରହିଛି। ଏଥିରେ ନିଜକୁ ପରଖିବାର ସୁଯୋଗ ମିଳିଛି ଏବଂ ଚାପରେ ଅମ୍ପାୟରିଂ କରିବାର କଳା ଶିଖିବାକୁ ମିଳିଛି ବୋଲି ଭାରତୀୟ ଅମ୍ପାୟର ନୀତିନ ମେନନ କହିଛନ୍ତି।

Netizens troll umpire Nitin Menon for taking out light meter frequently in  Kanpur Test

ମେନନ ଆସେସ୍ ସିରିଜ୍‌ର ଶେଷ ୩ଟି ମ୍ୟାଚ୍‌ରେ ଅମ୍ପାୟରିଂ କରିବେ ଏବଂ ଏହି ସମୟରେ ଚାପର ସମ୍ମୁଖୀନ ହେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ। ହେଲେ ଭାରତରେ ଭାରତୀୟ ଦଳ ଖେଳୁଥିବା ମ୍ୟାଚ୍‌ରେ ଅମ୍ପାୟରିଂ କରିବା ବହୁତ ଚ୍ୟାଲେଞ୍ଜିଂ ରହିଥାଏ। ଭାରତୀୟ ଦଳର ଅନେକ ତାରକା ଖେଳାଳି ଆପଣଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥାନ୍ତି। ସେମାନେ ୫୦-୫୦ ନିଷ୍ପତ୍ତି ବେଳେ ରାୟ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିଥାନ୍ତି। ମାତ୍ର ଆମେ ଚାପ ସମୟରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ନ ଥାଉ ଏବଂ ଅପିଲ୍ ଉପରେ ଧ୍ୟାନ ଦେଇ ନ ଥାଉ ବୋଲି ମେନନ କହିଛନ୍ତି।

wp:heading {"level":4}

ଏ ଖବର ପଢନ୍ତୁ- ଏମିତି ୪ ଖେଳାଳି, ଯିଏ ଟେଷ୍ଟ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ସ୍ଥାନ ନେଇ ପାରିବେ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.