ମନ୍ତ୍ରୀ ଖୋଲିଲେ ମଣ୍ଡି ଗୁମର, ଅଫିସର କହୁଛନ୍ତି- ଚାଷୀ ମିଲରଙ୍କ ଭିତରେ...

Published By : Prameya-News7 Bureau | January 27, 2025 IST

ଭୁବନେଶ୍ଵର: ମଣ୍ଡିରେ ଧାନ କଟନୀ ଛଟନୀ ନେଇ ସାରା ରାଜ୍ୟରୁ ଅଭିଯୋଗ ଆସୁଥିବା ବେଳେ ଆଜି ଏହି ପ୍ରସଙ୍ଗରେ ବଡ ଗୁମର ଖୋଲିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  । ମନ୍ତ୍ରୀ କହିଛନ୍ତି ବର୍ଷ ବର୍ଷ ଧରି ଯେଉଁ ବ୍ୟବସ୍ଥା ଜାରି ରହିଥିବା ତାହା ବନ୍ଦ ହେବାକୁ କିଛି ସମୟ ଲାଗିବ । ଜଣେ  IAS ଅଫିସର କହୁଛନ୍ତି, ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର । ଚାଷୀ ଏବଂ ମିଲରଙ୍କ ଉପରେ ମାମଲା ଛାଡ଼ି ଦିଅନ୍ତୁ । ଏକଥା ଶୁଣି ମନ୍ତ୍ରୀ ଅଫିସରଙ୍କୁ ତାଗିଦ୍ କରି କହିଥିଲେ  ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ । ଯେତେ ବଡ଼ ଅଫିସର ହୁଅନ୍ତୁ ପଛେ କଟନୀ ଛଟନୀରେ ସହଯୋଗ କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଯେଉଁ ମିଲରମାନେ ଏମିତି କରିବେ ସେମାନଙ୍କୁ ବ୍ଲାକ ଲିଷ୍ଟେଡ୍ କରାଯିବ ।

ଅଫିସର କହୁଛନ୍ତି, ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର। କଟନୀ ଛଟନୀ କଥା ଚାଷୀ ଏବଂ ମିଲରଙ୍କ ଉପରେ ଛାଡ଼ି ଦିଅନ୍ତୁ । ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କଣ ପାଇବୁ। କଟନି ଛଟନି ପ୍ରସଙ୍ଗରେ ମିଲର ଏବଂ ଜଣେ  IAS ଅଫିସରଙ୍କ ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଯୋଗାଣ ମନ୍ତ୍ରୀ । ଏକଥା ଆମେ କହୁନୁ, କଟନୀ ଛଟନୀ  ପ୍ରସଙ୍ଗରେ ପତିକ୍ରିୟା ରଖି ଏହା କହିଛନ୍ତି ଖୋଦ୍ ଯୋଗାଣ ମନ୍ତ୍ରୀ କୃ୍ଷ୍ଣ ଚନ୍ଦ୍ର ପାତ୍ର । 

Also read: ଝିଅ ଜନ୍ମ ପରେ ଆଖି ବୁଜିଲା ମାଆ, ନର୍ସିଂହୋମ୍‌ରେ ସଂପର୍କୀୟଙ୍କ ଲଙ୍କାକାଣ୍ଡ,ଡାକ୍ତରଙ୍କ ଅବହେଳା ଅଭିଯୋଗ

ଯୋଗାଣ ମନ୍ତ୍ରୀ କହିଛନ୍ତି ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ । ଅନେକ ଜିଲ୍ଲାରେ କଟନୀ ଛଟନୀ ହୋଇନି କିଛି ଜିଲ୍ଲାରେ ମିଲର ମାନମାନି କରୁଛନ୍ତି ।   ଜିଦି ଧରୁଛନ୍ତି ୬ରୁ ୭ କିଲୋ କାଟିବା ପାଇଁ ।   ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କଣ ପାଇବୁ । ଏକଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗିଲା । ମୋତେ ଜଣେ IAS ଅଫିସର କହିଲେ କଟନୀ ଛଟନୀ କୃଷକ ମିଲରଙ୍କ ମଧ୍ୟରେ ଛାଡ଼ି ଦିଅନ୍ତୁ ଆପଣ ମୁଣ୍ଡ ପୁରାନ୍ତୁନି ସେମାନେ ଆପେ ନେଇଯିବେ । ଏକଥା ଶୁଣିବା ପରେ ମନ୍ତ୍ରୀ ଅଫିସରଙ୍କୁ କହିଲେ ତାହେଲେ ସରକାରଙ୍କ ପଲିସିର ଲାଭ କ’ଣ ?  ଏଭଳିଆ ମାନସିକତା ପରିବର୍ତ୍ତନ ପାଇଁ ସମୟ ଲାଗୁଛି ବୋଲି କହିଥିଲେ ମନ୍ତ୍ରୀ ।  

ତେବେ କଟନୀ ଛଟନୀ  ନେଇ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ ଆଜି ପୁଣି ଦୋହରାଇ ମିଲର ଏବଂ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । କହିଛନ୍ତି କଟନୀ ଛଟନୀରେ ସହଯୋଗ କଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁ ମିଲରମାନେ କଟନୀ ଛଟନୀ  କରିବେ ସେମାନଙ୍କୁ ବ୍ଲାକ୍ ଲିଷ୍ଟେଡ୍ କରାଯିବ । ସାରା ରାଜ୍ୟରେ କଟନୀ ଛଟନୀ  ନେଇ ଅଭିଯୋଗ ଆସୁଥିବାବେଳେ  ମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା  ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।

Also read: ଟାର୍ଗେଟରେ ୨୦୩୬ ବିକଶିତ ଓଡ଼ିଶା, ଟାଉନ ପ୍ଲାନିଂରେ ସ୍କିମରେ ହେବ ପରିବର୍ତ୍ତନ

ସେପଟେ ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ମନ୍ତ୍ରୀଙ୍କୁ ଅଫିସର ଯଦି ଏପରି କହିଛନ୍ତି ତେବେ ତାହା ଦୁର୍ଭାଗ୍ୟଜନକ । ମନ୍ତ୍ରୀଙ୍କୁ କେବଳ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇପାରିବେ, ଯେଉଁ ଅଫିସର ଏଭଳି କହିଛନ୍ତି ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା କଥା । କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ କହିଛନ୍ତି ଏବେ ବି ରାଜ୍ୟରେ ବାବୁରାଜ ଚାଲିଛି । ଅଫିସର ମାନେ କଥା ମାନୁନାହାନ୍ତି l ମଣ୍ଡିରେ ଧାନ ପଡି ରହିଛି l ଯଦି ଅଫସରମାନେ କଥା ମାନୁନାହାନ୍ତି, ସରକାର କାର୍ଯ୍ୟନୁଷ୍ଠାନ ନିଅନ୍ତୁ l

ଚାଷୀଙ୍କ ଠାରୁ କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ବୋନସ ଦେଇ ଧାନ କିଣୁଛନ୍ତି ରାଜ୍ୟ ସରକାର । ପାଖାପାଖି ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ।  ସେଥିରୁ ୪୧ ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଲାଣି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.