ଭୁବନେଶ୍ୱର ୩୦/୦୬: ବରିଷ୍ଠ ଓଏଏସ୍ ଅଧିକାରୀ ମିର୍ଦ୍ଧା ଟପ୍ପୋ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ। ସେ ପୂର୍ବରୁ କେନ୍ଦୁଝର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏହି ନୂଆ ନିଯୁକ୍ତି ମିଳିଥିବା ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିଭଳି ରବିବାର ୧୯୯୬ ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ବର୍ତ୍ତମାନର ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ସହିତ ପୂର୍ବ ଭଳି ଅର୍ଥ ବିଭାଗର ସଚିବ ଓ ଇଡ୍କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ । ପୂର୍ବରୁ ଶ୍ରୀ ମିଶ୍ର ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ, ରାଜ୍ୟପାଳଙ୍କ ସଚିବାଳୟର ପ୍ରମୁଖ ସଚିବ ସମେତ ବହୁ ବିଭାଗର ଗୁରୁଦାୟିତ୍ୱ ସୁଚାରୁ ଭାବେ ତୁଲାଇଛନ୍ତି ।