ପୁରୀ ୧୧।୭: ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଦୁର୍ବୃତ୍ତଙ୍କ ଟାର୍ଗେଟରେ ପୁରୀ ସହର । ହାତରେ ଖଣ୍ଡା ଧରି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଘରେ ପଶି କଳାକନା ବୁଲାଉଛନ୍ତି । ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ନଗରରେ ଘଟିଛି ଏଭଳି ଘଟଣା ।
ସର୍ବୋଦୟ ନଗରରେ ରହୁଥିବା ସୂର୍ଯ୍ୟକାନ୍ତ ଦାସରାୟଙ୍କ ଘରେ ଗତ ୯ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପଶି ସୁନା ଚେନ୍, ଚୁଡ଼ି ଓ ୧୦ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ତେବେ ଦୁର୍ବୃତ୍ତମାନେ ହାତରେ ମାରଣାସ୍ତ୍ର ଧରି ପାଚେରୀ ଡେଇଁ ଘର ଭିତରେ ପଶୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ସମ୍ପୃକ୍ତ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଘଟଣାକୁ ନେଇ ତାଳବଣିଆ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
କଂଗ୍ରେସରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଠିକ୍ ନାହିଁ, ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି