ଦୁବାଇ ୧୨।୭: ପପୁଲାର ସୋସିଆଲ ମିଡଆ ଇନଫ୍ଲୁଏନ୍ସର ତଥା ବିଗବସ୍ ଫେମ ଅବଦୁ ରୋଜିକ୍ ଙ୍କୁ ଦୁବାଇ ପୋଲିସ ଗିରଫ କରିଛି। ଅବଦୁଙ୍କ ଉପରେ ଚୋରି ଅଭିଯୋଗ ରହିଛି। ତେବେ ସେ କଣ ଚୋରି କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ଅବଦୁ ରୋଜିକ୍ ଗିରଫ ହୋଇଥିବା ତାଙ୍କ ମ୍ୟାନେଜିଂ କମ୍ପାନୀ କନଫର୍ମ କରିଛି। ତାଙ୍କ ମ୍ୟାନେଜିଂ କମ୍ପାନୀ ଦୁବାଇର ଏକ ନ୍ୟୁଜ୍ ପୋର୍ଟାଲ ଖଲିଜ ଟାଇମ୍ସ କୁ ଏହି ସୂଚନା ଦେଇଛି।
ଏଥିରେ ଅବଦୁଙ୍କ ବିରୋଧରେ କଣ ଅଭିଯୋଗ ରହିଛି ସେ ନେଇ ତାଙ୍କ ମ୍ୟାନେଜିଂ କମ୍ପାନୀ କିଛି କହି ନାହିଁ। ତେବେ ଟିମ୍ କହିଛି ଯେ ଏବେ କେବଳ ଏତିକି କୁହାଯାଇ ପାରିବ ଯେ ଅବଦୁଙ୍କୁ ଗିରଫ କରାଯାଇଛି। ଏଥିରେ ଯଦି ଅବଦୁ ରୋଜିକଙ୍କ କଥା କୁହାଯାଏ ସେ ଜଣେ ଜଣାଶୁଣା ନାମ। ଅବଦୁ ରୋଜିକ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥାନ୍ତି। ସେ ନିଜ ସମ୍ପର୍କିତ ଅପଡେଟସ୍ ସେୟାର କରିଥାନ୍ତି। ତାଙ୍କ କଥା କହିବାର ଶୈଳୀରେ ସେ ଲୋକଙ୍କୁ ଅତି ନିଜର କରିଛନ୍ତି।
ଅବଦୁ ରୋଜିକ୍ ଇଂଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ଅବଦୁଙ୍କ ଫନି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୁଏ। ଏଥିରେ ଏବେ ଅବଦୁଙ୍କ ଆରେଷ୍ଟ ହେବା ଖବର ତାଙ୍କ ଫ୍ୟାନ୍ସ ଙ୍କୁ ବ୍ୟଥିତ କରିଛି। ତେବେ ସବୁଠୁ ବଡ଼ କଥା ଯାହା ତାହା ହେଉଛି ସେ ଚୋରି କରିବେ କାହିଁକି? ଏପରି କଣ ଚୋରି କରିଛନ୍ତି ଯେ ତାଙ୍କୁ ପୋଲିସ ଧରି ନେଇଛି। ସେ ନେଇ ଏବେ ଫ୍ୟାନ୍ସ ଚିନ୍ତାରେ ପଡିଯାଇଛନ୍ତି।