ସାଲେପୁର ୨୦।୩: ମାହାଙ୍ଗାରେ ପୋଲିସକୁ ଡକାୟତଙ୍କ ଚ୍ୟାଲେଞ୍ଜ । ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍ କଲେ ଟଙ୍କା ଓ ସୁନା ଗହଣା । ବୁଧବାର ରାତି ୨ଟା ସମୟରେ ମାହାଙ୍ଗା ଥାନା ଗୁଣୁପୁର ଗାଁ ଶନି ମନ୍ଦିର ନିକଟରେ ଥିବା ଅରକ୍ଷିତ ନାଥଙ୍କ ଘରେ ୪ ଜଣ ଡକାୟତ ଘରର ମୁଖ୍ୟ ଫାଟକ ଗ୍ରୀଲ୍କୁ ଗ୍ୟାସ୍ କଟରରେ କାଟିବା ପରେ କବାଟ ଭାଙ୍ଗି ଘରେ ପଶିଥିଲେ । ଘରେ ଅରକ୍ଷିତ ନାଥଙ୍କ ସହିତ ତାଙ୍କ ବୋହୂ ଓ ସାନ ପୁଅ ଶୋଇଥିଲେ । ଏହି ସମୟରେ ଡକାୟତ ମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସମସ୍ତଙ୍କୁ ରଶିରେ ବାନ୍ଧି ପକାଇଥିଲେ । ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଅରକ୍ଷିତ ନାଥ ଘରେ ଯାହା ସବୁଥିଲା ସବୁ ଦେଇ ଦେଇଥିଲେ । ଡକାୟତ ମାନେ ୩ ଲକ୍ଷ ନଗଦ ଟଙ୍କା ସହ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ଦୁଇଟି ମୋବାଇଲ ଲୁଟି ନେଇଥିଲେ । ଏହାପରେ ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘର ପାଖରୁ ଡକାୟତ ମାନେ ଫୋପାଡି ଦେଇଥିବା ଦୁଇଟି ମୋବାଇଲ ଫୋନକୁ ପୋଲିସ ଜବତ କରିଛି । ଡକାୟତ ମାନକୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି, ଅନ୍ୟପଟେ ମାହାଙ୍ଗାରେ ଗତ କିଛି ଦିନ ଭିତରେ ବହୁ ସଂଖ୍ୟାରେ ଚୋରି ହେଉଛି । ଡକାୟତ ମାନେ ପୋଲିସକୁ ଚକମା ଦେଖାଇ ଲୁଟ୍ କରିବାରେ ବ୍ୟସ୍ତ, କିନ୍ତୁ ମାହାଙ୍ଗା ପୋଲିସ ସେମାନଙ୍କୁ ଧରିବାରେ ବିଫଳ ହେଉଛି ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେବା ସହ ମାହାଙ୍ଗା ପୋଲିସ ଉପରୁ ଜନସାଧାରଣଙ୍କ ଭରସା ତୁଟିବାରେ ଲାଗିଛି ।
You Can Read:
ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲଙ୍କୁ ରିମାଣ୍ଡରେ ଆଣିବ ଇଓଡବ୍ଲୁ, ତାଙ୍କ ନାଁରେ ରହିଛି ୬୦ ଆକାଉଣ୍ଟ