କଟକ 07/01 : କଟକ ମଧୁପାଟଣା ଥାନା ଅନ୍ତର୍ଗତ ଖାନ୍ ନଗର ପଞ୍ଚମୁଖୀ ହନୁମାନ ମନ୍ଦିରରେ ଲୁଟ୍ ଘଟଣା ଘଟିବାର ୪ଦିନ ବିତି ଯାଇଛି। ହେଲେ ଏବେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି। ମନ୍ଦିରରୁ ପାଖାପାଖି ୩୫ଲକ୍ଷ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପୋଲିସ ତଦନ୍ତ କରୁଥିଲେ ସୁଦ୍ଧା ଲୁଟେରା ମାନଙ୍କର କୌଣସି ପତ୍ତା ମିଳି ପାରି ନାହିଁ। ତେବେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଅତିରିକ୍ତ ଡିସିପି। ଲୁଟ୍ ଘଟଣାର ତଦନ୍ତ ଚାଲିଛି। ଅପରାଧୀମାନଙ୍କୁ ଧରିବାକୁ ତିନୋଟି ଟିମ୍ ଗଠନ କରାଯାଇଛି । ଏହା ସହ ସିସିଟିଭି ଏବଂ ଅନ୍ୟ ଟେକ୍ନିକାଲ ଉପାୟରେ ତଦନ୍ତ ଚାଲିଛି। ଏହି ଘଟଣାରେ ରାଜ୍ୟ ଓ ରାଜ୍ୟ ବାହାରର ଅପରାଧୀ ମାନଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ଖୁବ୍ ଶୀଘ୍ର ଲୁଟେରା ମାନେ ପୋଲିସ ହେପାଜତ୍ କୁ ଆସିବେ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଦେବଦତ୍ତ କର।
Also Read- ନାବାଳିକାଙ୍କୁ ବ୍ଲେଡ୍ ରେ ମରଣାନ୍ତକ ଘଟଣା, ଯୁବକକୁ ଧରିବା ପାଇଁ ପୋଲିସର ବିଭିନ୍ନ ସ୍ଥାନରେ ଚଢାଉ