ମୋତେ ମାମଲାରେ ଫସାଇ ଦିଆଯାଇଥିଲା, ସତ ସାମ୍ନାକୁ ଆସିଛି : ପ୍ରଦୀପ ପାଣିଗ୍ରାହୀ

Published By : Prameya-News7 Bureau | January 08, 2025 IST

ଭୁବନେଶ୍ବର ୮।୧: ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଘଟଣାରେ ୫ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ମୋତେ ଫସେଇବା ପାଇଁ ଯେଉଁ ଯୋଜନା କରିଥିଲେ କୋର୍ଟ ମୋତେ ଆଶ୍ବସ୍ତି ଦେଇଛନ୍ତି । ଗୋପାଳପୁର ଲୋକ ନ୍ୟାୟରୁ ବଞ୍ଚିତ ହୋଇଥିଲେ । ନିର୍ବାଚିତ ପ୍ରତିନିଧି ହିସାବରେ ବହୁ କାମ କରିବାରୁ ବଞ୍ଚିତ ହେଉଥିଲି । କ୍ରାଇମବ୍ରାଞ୍ଚ ଓ ଭିଜଲାନ୍ସର ଦୁଇଟି କେସ୍ ଅଛି ହେଲେ ୫ଟି ମାମଲାରୁ ନିର୍ଦ୍ଦୋଷରେ ଖଲାସ ହେବା ପରେ ଆଶ୍ବସ୍ତି ମିଳିଛି । ଜନ ବିରୋଧୀ ବୋଲି ମୋ ଉପରେ ଆରୋପ ଲାଗିଥିଲା । ଜେଲ୍ରୁ ବାହାରିବା ପରେ ମୋତେ କଡ଼ା ପ୍ରଶ୍ନ କରାଯାଇଛି । ହେଲେ ସବୁ ଶ୍ରେୟ ଗଣମାଧ୍ୟମକୁ ଦେବି 

ସେମାନେ ସତକୁ ସାମ୍ନାକୁ ଆଣିଲେ । ଯିଏ ମୋତେ ବାହାର କରିଥିଲେ ସେମାନଙ୍କୁ ଓଡ଼ିଶାବାସୀ ବାହାର କଲେ । ଜଣେ ବିଧାୟକ ଗିରଫ ହେଲା କିନ୍ତୁ ଗୃହ ମନ୍ତ୍ରୀ ହିସାବରେ ନୀରବ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ନ ହେଲେ କେହି କିଛି କରିବେନି । ଜେଲ୍ ଭିତରେ ବି ମୋତେ ହଇରାଣ କରାଯାଇଛି । ବିଜେଡ଼ି ପାଞ୍ଜି ମୋ ପାଖରେ । ଆଗକୁ ସବୁ ଖୋଲିବି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।

You Can Read:

ବଡ଼ଧରଣର ଲୁଟ୍, ଲୁଟେରା ଲୁଟିନେଲେ ୧ କୋଟିରୁ ଅଧିକ ଟଙ୍କାର ମୋବାଇଲ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.