ଭୁବନେଶ୍ୱର ୦୯।୦୧: ଆସନ୍ତା ରବିବାରଠାରୁ ରାତି ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ । ଫଳରେ ଶୀତ କମିଯିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ଗୁରୁବାର ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ଆକଳନ କରାଯାଇଛି ।
ବୁଧବାର ରାଉରକେଲା ଓ ଝାରସୁଗୁଡ଼ାରେ ରାତି ତାପମାତ୍ରା ୮ ଡିଗ୍ରୀ ଥିଲା । ଦାରିଙ୍ଗିବାଡ଼ିରେ ୯, କୋରାପୁଟରେ ୯.୨, ସୁନ୍ଦରଗଡ଼ରେ ୧୦.୨, ଫୁଲବାଣୀରେ ୧୦.୫, କେନ୍ଦୁଝରରେ ୧୧, ବଲାଙ୍ଗିରରେ ୧୧.୫, ନବରଙ୍ଗପୁରରେ ୧୧.୬, ଅନୁଗୁଳରେ ୧୨ ଓ ରାୟଗଡ଼ାରେ ପାରଦ ୧୨.୬ ଡିଗ୍ରୀ ରହିଥିଲା । ଭୁବନେଶ୍ୱରରେ ୧୫.୩ ଓ ପୁରୀରେ ୧୮.୪ ଡିଗ୍ରୀ ରେକର୍ଡ ହୋଇଛି ।