ଓଡ଼ିଶାକୁ ଏକ ମେଗା ଆଇ.ଟି. ହବ୍‌ରେ ପରିଣତ କରାଯିବ : ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି

Published By : Prameya-News7 Bureau | January 09, 2025 IST

ଭୁବନେଶ୍ୱର ୯।୧: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡିଶାରେ ରେଳ ଯୋଗାଯୋଗ ଓ ଆଇ.ଟି. ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି । 

ଆଲୋଚନାରୁ ଜଣାଯାଇଛି ଯେ, ଓଡିଶାରେ ବର୍ତ୍ତମାନ ୪୮ଟି ନୂଆ ରେଳ ପ୍ରକଳ୍ପ ନିର୍ମାଣ କାମ ଚାଲିଛି ।  ଏଥିପାଇଁ ୭୩,୭୨୩ କୋଟି ଟଙ୍କା ବିନିଯୋଗ କରାଯାଉଛି । ଏଥିରେ ନିକଟରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ୮ଟି ନୂଆ ପ୍ରକଳ୍ପ ମଧ୍ୟ ରହିଛି । 

ଏହି ୮ଟି ପ୍ରକଳ୍ପ ହେଉଛି, ଗୁଣୁପୁର - ଥେରୁବାଲି ନୂଆ ଲାଇନ, ଜୁନାଗଡ଼ - ନବରଙ୍ଗପୁର ନୂଆ ଲାଇନ,  ମାଲକାନଗିରି - ପାଣ୍ଡୁରଙ୍ଗପୁରମ ( ଭାଇଆ ଭଦ୍ରାଚଲମ୍ ) ନୂଆ ଲାଇନ, ବାଦାମ ପାହାଡ଼ - କେନ୍ଦୁଝର ଗଡ ନୂଆ ଲାଇନ, ବାଙ୍ଗିରୀପୋଷୀ - ଗୋରୁମହିଷାଣୀ ନୂଆ ଲାଇନ, ବୁରାମର - ଚକୁଳିଆ ନୂଆ ଲାଇନ, ସରଡେଗା - ଭାଲୁମୁଣ୍ଡା ନୂଆ ଡବଲ  ଲାଇନ ଏବଂ ବରଗଡ ରୋଡ - ନୂଆପଡ଼ା ରୋଡ ନୂଆ ଲାଇନ ।

ରେଳ ମନ୍ତ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଯେ, ଆସନ୍ତା ୫ ବର୍ଷ ମଧ୍ୟରେ ଓଡିଶାରେ ଆହୁରି ଅନେକ ନୂଆ ରେଳ ପ୍ରକଳ୍ପ ହାତକୁ ନିଆଯିବ ।       

ସୂଚନାଯୋଗ୍ୟ ଯେ, ୨୦୧୪ ରୁ ୨୦୨୪ ମଧ୍ୟରେ ଓଡିଶାରେ ୧୮୨୭ କିଲୋମିଟର ଦୀର୍ଘ ରେଳ ଲାଇନ୍ ନିର୍ମାଣ କରାଯାଇଛି, ଯାହା କି ଶ୍ରୀଲଙ୍କାର ରେଳ ନେଟୱାର୍କ ଠାରୁ ଅଧିକ । ଏହି ଅବଧି ମଧ୍ୟରେ ୪୨୭ଟି ରେଳ ଅଣ୍ଡର ବ୍ରିଜ୍ ମଧ୍ୟ ନିର୍ମାଣ କରାଯାଇଛି । ଓଡିଶାରେ ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଥିବା ବେଳେ ଅମୃତ ଷ୍ଟେସନ ଯୋଜନାରେ ୫୯ଟି ଷ୍ଟେସନର ଉନ୍ନତି କରାଯିବ ବୋଲି ଆଲୋଚନାରୁ ଜଣାଯାଇଛି ।

You Can Read:

ନାଗାବଳୀ ନଦୀରେ ଅଘଟଣ : ପାଣିରୁ ବଲ୍ ଆଣିବାକୁ ଯାଇ ବୁଡ଼ିଗଲେ ଦୁଇ ଛାତ୍ର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.