ବାଇକ୍ ରଖି ଖାଉଥିଲେ ଜଳଖିଆ, ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | June 21, 2025 IST

ବିନିକା ୨୧।୬: ବାଇକ୍ ଡିକି ଭାଙ୍ଗି ଲୁଟ୍ । ଦୁଇ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୃତ୍ତ । ଆଖି ପିଛୁଳାକେ ଟଙ୍କା ଲୁଟିନେଲେ ଲୁଟେରା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଘଟିଛି ଏଭଳି ଲୁଟ୍ ଘଟଣା । ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ୟାଙ୍କ ଅଫ୍ ବରୋଦାରୁ ଦୁର୍ଯ୍ୟୋଧନ ପୋଢ଼ ଓ ପ୍ରଦୀପ ମେହେର ଦିନ ୧୨ଟା ସମୟରେ ନିଜ ଧାନ ବିକା ପଇସା ଦୁଇ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ଉଠାଇବା ପରେ ମୋଟର ସାଇକେଲ ଡିକିରେ ଟଙ୍କା ରଖି ଘରକୁ ଫେରୁଥିଲେ l ଘରକୁ ଯିବା ବେଳେ ନୂଆ ବଜାରରେ ନିଉ ପାଣିଗ୍ରାହୀ ହୋଟେଲକୁ ଜଳଖିଆ ଖାଇବାକୁ ଯାଇଥିଲେ । ମୋଟର ସାଇକେଲକୁ ବାହାରେ ରଖି ଜଳଖିଆ ଖାଉଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ । 

ଏ ନେଇ ଦୁର୍ଯ୍ୟୋଧନ ବିନିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିବା ସହିତ ବିଭିନ୍ନ ଅଞ୍ଚଳର ବିଭିନ୍ନ ସିସିଟିଭି ଯାଞ୍ଚ କରୁଛି l ପୋଲିସ ସିସିଟିଭି ଯାଞ୍ଚ କରିବା ପରେ ହୋଟେଲରେ ଲାଗିଥିବା ସିସିଟିଭିରୁ ସ୍ପଷ୍ଟ ଭାବରେ ଦୁଇ ଜଣ ଆସି ବାଇକ୍ ଡିକିରୁ ଟଙ୍କା ନେଉଥିବା ଭିଡ଼ିଓ କଏଦ ହୋଇଛି l ଯାହାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

You Can Read:

ତୁଟିଲା ଆଉ ଏକ ଯାତ୍ରା କଳି, ଓଏମ୍‌ଏ ସଭାପତିଙ୍କୁ କ୍ଷମା ମାଗିଲେ ଯାତ୍ରା ଅଭିନେତା ଦୟା


 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.