ମୁକେଶ ଅମ୍ବାନୀ କିଣିଲେ ୧୦୦୦ କୋଟିର ବିମାନ, ଫିଚର ଦେଖି ଉଡିଯିବ ହୋସ୍

Published By : Prameya-News7 Bureau | September 19, 2024 IST

ମୁମ୍ବାଇ ୧୯।୦୯ : ଅମ୍ବାନୀ କିଣିଲେ ‘ହାଓ୍ୱା’ ମହଲ । ‘ବୋଇଂ 737 MAX 9’ ବିମାନ କିଣିଛନ୍ତି ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ଏହି ଦାମୀ ବିମାନରେ ଅନେକ ପରିବର୍ତ୍ତନ ଏବଂ ଉଡାଣ ପରୀକ୍ଷଣ ପରେ ଭାରତରେ ମୁକେଶ ଅମ୍ବାନୀଙ୍କୁ ହସ୍ତାନ୍ତର କରିଛି କମ୍ପାନୀ । ସ୍ୱିଜରଲାଣ୍ଡରୁ ବିମାନଟି ଉଡାଣ ଭରିଥିଲା । ଆଉ ଏବେ ଭାରତରେ ମୁକେଶ ଅମ୍ବାନୀଙ୍କୁ ହୋଇଛି ହସ୍ତାନ୍ତର । 

ଖବର ଅନୁଯାୟୀ, ୨୦୨୩ ଏପ୍ରିଲ୍ ୧୩ରୁ ଏହି ଜେଟ ସ୍ୱିସ୍ ସୁବିଧାରେ ଥିଲା । ଭାରତକୁ ଡେଲିଭର ହେବା ପୂର୍ବରୁ ଏହା ବେସେଲ, ଜିନେଭା ଏବଂ ଲଣ୍ଡନ ଲ୍ୟୁଟନ୍ ବିମାନବନ୍ଦର ମଧ୍ୟରେ ୬ଟି ପରୀକ୍ଷଣ ଉଡ଼ାଣ ଭରିଥିଲା । ଶେଷରେ ୨୦୨୪ ଅଗଷ୍ଟ ୨୭ରେ ବେସେଲରୁ ଦିଲ୍ଲୀକୁ ଅନ୍ତିମ ଉଡ଼ାଣ ଭରିଥିଲା । ମୋଟ ୯ ଘଣ୍ଟାରୁ ଅଧିକ ସମୟର ଏହି ଯାତ୍ରା ଥିଲା ଏବଂ ଦୂରତା ଥିଲା ୬,୨୩୪ କିମି । ବୋଇଂ 737 MAX 9 ଅଗଷ୍ଟ ୨୮ରେ ଦିଲ୍ଲୀରେ ପହଞ୍ଚିଥିଲା । ବର୍ତ୍ତମାନ ଏହି ଜେଟ୍‌ ଦିଲ୍ଲୀ ବିମାନବନ୍ଦରର କାର୍ଗୋ ଟର୍ମିନାଲ ନିକଟସ୍ଥ ଏକ ରକ୍ଷଣାବେକ୍ଷଣ ଆପ୍ରୋନରେ ରଖାଯାଇଛି । 

ଏକ ରିପୋର୍ଟ ଅନୁସାରେ, ଖୁବଶୀଘ୍ର ଜେଟ୍‌ ମୁମ୍ବାଇରେ ଥିବା  ଲାଏନ୍ସର ମୁଖ୍ୟାଳୟ ଅଭିମୁଖେ ଯିବ। ଦୁନିଆର ସବୁଠାରୁ ମହଙ୍ଗା ଜେଟ୍‌ ମଧ୍ୟରୁ ବୋଇଂ 737 MAX 9 ଅନ୍ୟତମ । ଏହା ଦୁଇଟି CFMI LEAP-1B ଇଞ୍ଜିନ୍ ଦ୍ୱାରା ସଞ୍ଚାଳିତ। ଏହି ଜେଟ୍‌ ଗୋଟିଏ ଯାତ୍ରାରେ ୬,୩୫୫ ସାମୁଦ୍ରିକ ଦୂରତା ଅତିକ୍ରମ କରିପାରିବ । ଜେଟ୍‌ର ବେସ୍‌ ଦାମ୍‌ ରହିଛି ୧୧୮.୫ ମିଲିୟନ ଡଲାର । ହସ୍ତାନ୍ତର ପୂର୍ବରୁ ସ୍ୱିଜରଲାଣ୍ଡର ୟୁରୋ ଏୟାରପୋର୍ଟ ବେସେଲ-ମୁଲହାଉସ-ଫ୍ରିବର୍ଗ (ବିଏସଏଲ)ରେ କ୍ୟାବିନ ପରିବର୍ତ୍ତନ ସହ ଇଣ୍ଟେରିୟର ଅପଗ୍ରେଡ କରାଯାଇଥିଲା। ଏହା ବ୍ୟତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଖରେ ରହିଛି ଆହୁରି ୯ଟି ପ୍ରାଇଭେଟ୍‌ ଜେଟ୍‌ ରହିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.