ନିଯୁକ୍ତି ମେଳାରେ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ, ୪୫ଟି ସ୍ଥାନରେ କାର୍ଯ୍ୟକ୍ରମ

Published By : Prameya-News7 Bureau | August 28, 2023 IST

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ପର୍ବ । ସମସ୍ତଙ୍କୁ ମିଳିବ ସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ । ଲକ୍ଷ୍ୟ ପୂରଣ ଦିଗରେ କେନ୍ଦ୍ର ସରକାର । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାକିରି ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ । ଏନେଇ ଦେଶର ୪୫ଟି ସ୍ଥାନରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସରକାରୀ ଚାକିରି ପାଇଁ ଚୟନ ହୋଇଥିବା ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ।

ସାରା ଦେଶରେ ୧୦ଲକ୍ଷ ଯୁବକଯୁବତୀଙ୍କୁ ସରକାରୀ ସ୍ଥରରେ ନିଯୁକ୍ତି ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏପର୍ଯ୍ୟନ୍ତ ଦେଶରେ ପାଞ୍ଚ ଲକ୍ଷ ଚାକିରି ଆଶାୟୀଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିରେ ମହିଳା, ଦିବ୍ୟାଙ୍ଗଜନ ଏବଂ ଅଭିଳାଷୀ ଜିଲ୍ଲାର ପ୍ରାର୍ଥୀମାନେ ବିଶେଷ ଲାଭ ପାଉଛନ୍ତି ।  

wp:html /wp:html

ପିଏମୋର ସୂଚନା ମୁତାବକ ଚୟନ ହୋଇଥିବା ଚାକିରି ଆଶାୟୀଙ୍କୁ ରାଜସ୍ବ ବିଭାଗ, ଅର୍ଥନୀତି ସେବା ବିଭାଗ,  ଅଡିଟ୍ ଆଣ୍ଡ୍ ଆକାଉଣ୍ଟସ୍,  ପୋଷ୍ଟାଲ୍, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ ଏହା ସହିତ ବିଭିନ୍ନ ମନ୍ତ୍ରାଳୟରେ ନିଯୁକ୍ତି ଦିଆଯିବ । ସେହିପରି ସ୍ବାସ୍ଥ୍ୟସେବା ଏବଂ ପରିବାର କଲ୍ୟାଣ ବିଭାଗ, ପାନୀୟ ଜଳ ଓ ପ୍ରଶିକ୍ଷଣ ବିଭାଗରେ ମଧ୍ୟ ନିଯୁକ୍ତି ଦିଆଯିବ । ଗତ ବର୍ଷ ଅକ୍ଟୋବରରେ ପ୍ରଥମ ରୋଜଗାର ମେଳାରେ ପିଏମ୍ ମୋଦି ନିଯୁକ୍ତିପତ୍ର ବାଣ୍ଟିଥିଲେ ।

ରୋଜଗାର ମେଳା ରୋଜଗାର ସୃଜନଶୀଳକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଉପରେ ପଦକ୍ଷେପ ନିଆଯାଉଛି । ରୋଜଗାର ମେଳା ମାଧ୍ୟମରେ ଯୁବବର୍ଗଙ୍କୁ ସଶକ୍ତିକରଣ ଏବଂ ଦେଶ ବିକାଶରେ ଭାଗିଦାରୀ ପାଇଁ ସାର୍ଥକ ଅବସର କରିବା ନେଇ ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.