‘Bigg Boss 18’ ନଜର ଆସିବେ ନତାଶା ! ସଲମାନଙ୍କ ସାମ୍ନାରେ ରିଭିଲ୍‌ କରିବେ ଛାଡପତ୍ରର କାରଣ

Published By : Prameya-News7 Bureau | September 13, 2024 IST

ମୁମ୍ଵାଇ ୧୩।୦୯: କଲର୍ସ ଟିଭିର ଲୋକପ୍ରିୟ ଶୋ’ ବିଗ୍‌ ବସ୍‌ । ବର୍ତ୍ତମାନ ଏହାର ସିଜିନ୍‌ ୧୮ ଆସିବାକୁ ଯାଉଛି । ଏହି ଶୋ ଆସିବା ପୂର୍ବରୁ ମଧ୍ୟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି ।କ୍ରମାଗତ ଭାବରେ ଶୋ ସହିତ ଜଡିତ ଗୁଜବ ଶୁଣିବାକୁ ମିଳୁଛି । କୁହାଯାଉଛି ଏବେ ଶୋ’ର ପ୍ରୋମୋ ଭିଡିଓ ଏହି ସପ୍ତାହରେ ରିଲିଜ୍ ହୋଇପାରେ ।ସେହି ସମୟରେ, ବର୍ତ୍ତମାନ 'ବିଗ୍ ବସ୍ ୧୮' ବିଷୟରେ ଆସିଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ।

ନତାଶା ଷ୍ଟାନକୋଭିକ୍ ‘ବିଗ୍ ବସ୍ ୧୮’ରେ ସାମିଲ ହେବେ କି?

ଏଥର ଏହି ସୋ ବହୁତ ବିବାଦୀୟ ହୋଇପାରେ । ନିର୍ମାତାମାନେ ବିବାଦୀୟ ପ୍ରତିଯୋଗୀମାନଙ୍କୁ ଅଫର କରୁଛନ୍ତି। ବର୍ତ୍ତମାନ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବ ପତ୍ନୀ ନତାଶା ଷ୍ଟାନକୋଭିକ୍‌ଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି। କୁହାଯାଉଛି ଯେ ଏହି ସୋ ପାଇଁ ନିର୍ମାତାମାନେ ନତାଶାଙ୍କୁ ଏହି ଅଫର କରିଛନ୍ତି। 

କେବଳ ଏତିକି ନୁହେଁ, ତାଙ୍କର ବିଶେଷ ବନ୍ଧୁ ଆଲେକ୍ସଜାଣ୍ଡାର୍ ଆଲେକ୍ସ ମଧ୍ୟ ଏହି ଶୋ’ରେ ଦେଖିବାକୁ ମିଳିବେ। ଯଦି ନତାଶା ଏହି ଶୋ’   ଅଫରକୁ ଗ୍ରହଣ କରନ୍ତି ତେବେ ସେ ନ୍ୟାସନାଲ  ଟିଭିରେ ସଲମାନ ଖାନଙ୍କ ସାମ୍ନାରେ ତାଙ୍କ ବିବାହ ଭାଙ୍ଗିବାର କାରଣ ମଧ୍ୟ ପ୍ରକାଶ କରିବେ। ଏଥି ସହିତ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ତିନିଥର ବିବାହ ପରେ ମଧ୍ୟ ସେମାନଙ୍କ ସମ୍ପର୍କ କାହିଁକି ଭାଙ୍ଗିଗଲା?

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.