ନବମ ଥର ପାଇଁ ବିଜେଡିର ମଙ୍ଗ ଧରିବେ ନବୀନ : ସଭାପତି ଭାବେ ନିର୍ବାଚିତ, ୧୯ରେ ବିଧିବଦ୍ଧ ଘୋଷଣା

Published By : Prameya-News7 Bureau | April 17, 2025 IST

ଭୁବନେଶ୍ବର ୧୭ନିର୍ଦ୍ବନ୍ଦ୍ବରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ । ଏନେଇ ଆସନ୍ତା୧୯ ତାରିଖରେ ବିଧିବଦ୍ଧ ଘୋଷଣା ହେବ । ବିଜେଡି ସାଙ୍ଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ ଦେବ କହିଛନ୍ତି, ଗୁରୁବାର ୧୦ଟାରୁ ୧ଟା ପର୍ଯ୍ୟନ୍ତ ନାମାଙ୍କନ ସମୟ ଥିବା ବେଳେ ନବୀନ ପଟ୍ଟନାୟକ ଏକାକୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେଣୁ କେବଳ ଔପଚାରିକ ଘୋଷଣା ବାକି । ନବମ ଥର ପାଇଁ ବିଜେଡି ସଭାପତି ହେବେ ନବୀନ । ନିର୍ବାଚନ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଷ୍ଟେଟ୍ କାଉନସିଲ ଗଠନ କରାଯାଇଛି । ୩୫୫ ଜଣ ସଦସ୍ୟ ରହିଛନ୍ତି । ୧୯ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କ ନାଁ ଘୋଷଣା ହେବ ବୋଲି ପ୍ରତାପ ଦେବ କହିଛନ୍ତି ।

You Can Read:

ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.