ମୁମ୍ବାଇ: ଅଜିତ ପାୱାର ବିଦ୍ରୋହ କରି ବିଜେପିରେ ଯୋଗ ଦେବା ପରେ ଜିତେନ୍ଦ୍ର ଅୱଧଙ୍କୁ ବିରୋଧୀ ଦଳର ନେତା ସହ ଚିପ୍ ହ୍ୱିପ୍ ନିଯୁକ୍ତ ଦେଇଛି ଏନ୍ସିପି। ମୁମ୍ବ୍ରା-କଲୱା ବିଧାନସଭା ଆସନରୁ ବିଧାୟକ ଥିବା ଜିତେନ୍ଦ୍ର ବିରୋଧୀ ଦଳର ନେତା ହେବା ପରେ କହିଛନ୍ତି ଯେ ସବୁ ବିଧାୟକ ମୋ ହ୍ୱିପ୍କୁ ମାନିବେ। ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ହେବାକୁ ନେଇ ପ୍ରଶ୍ନ କରିବାରୁ ଏପରି କହିଛନ୍ତି ଜିତେନ୍ଦ୍ର।
କିଛି ଏନସିପି ନେତାଙ୍କ ବିରୋଧରେ ଇଡି ଓ ସିବିଆଇ ଯାଞ୍ଚ କରୁଛନ୍ତି ସେମାନେ ବିଜେପି ଆଡ଼କୁ ଢଳି ପାରନ୍ତି କି ବୋଲି ପ୍ରଶ୍ନ କରିବାରୁ ଜେତେନ୍ଦ୍ର ଅୱଧ କହିଛନ୍ତି ଯେ ଏହି ନେତାମାନେ ରାଜ୍ୟ ସରକାରରେ ଯୋଗଦେବା ପାଇଁ ନିଷ୍ପତ୍ତି ନେବା ପଛରେ ଏହି କାରଣ ବ୍ୟତୀତ ଅନ୍ୟ କୌଣସି କାରଣ ମୁଁ ଦେଖୁ ନାହିଁ। ତେବେ ଏପରି କାର୍ଯ୍ୟ କରିବାର ଆବଶ୍ୟକ ନଥିଲା। ଏମାନେ ଗୋଟିଏ ସାଇଟ୍ରେ ରହିଥାନ୍ତେ।"
ପଢ଼ନ୍ତୁ-ଲୋକେ କହିବେ ପାର୍ଟି କାହାର, ଏନସିପି ଉପରେ ପୁତୁରା ଅଜିତ୍ଙ୍କ ଦାବି ପରେ ଶରଦ ପାଓ୍ଵାରଙ୍କ ଜବାବ
ଆଜାଦ୍ କହିଛନ୍ତି, "ଏହି ନେତାମାନେ ଭୁଲିଯିବା ଉଚିତ୍ ନୁହେଁ ଯେ ଦଳ ସେମାନଙ୍କୁ ଗତ ୨୫ ବର୍ଷ ମଧ୍ୟରେ ମନ୍ତ୍ରୀ କରିଛି। ବର୍ତ୍ତମାନ, ସେମାନେ ସେମାନଙ୍କର ନେତା (୮୩ ବର୍ଷିୟ ଶରଦ ପାୱାର)ଙ୍କୁ ବୟସରେ ସାହାହ୍ନରେ ଛାଡ଼ି ଯାଇଛନ୍ତି।
ଆଜି କିଛି ଏନସିପି ବିଧାୟକଙ୍କୁ ନେଇ ଅଜିତ ପାୱାର ଏକନାଥ ସିନ୍ଦେ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଯୋଗ ଦେଇଛନ୍ତି। ପାୱାରଙ୍କ ସହ ବରିଷ୍ଠ ନେତା ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଏବଂ ଦିଲୀପ ୱାଲ୍ସ ପାଟିଲଙ୍କ ସମେତ ଅନ୍ୟ ୮ଜଣ ଏନସିପି ବିଧାୟକ ରାଜଭବନରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେବା ପରେ ସଂଗେ ସଂଗେ ଅଜିତ ପାୱର ମୁହଁ ବଦଳି ଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଆଉ ବିଜେପି ମଧ୍ୟ କିଛିଦିନ ତଳେ ଏନ୍ସପିକୁ ଭ୍ରଷ୍ଟାଚାରୀ ବୋଲି କହୁଥିଲା। ହେଲେ ତାଙ୍କ ଦଳର ନେତାଙ୍କୁ ନେଇ କୋଳରେ ବସାଇଛି। ବିଜେପିରେ ଯୋଗ ଦେବା ପରେ ଅଜିତ କହିଛନ୍ତି ଯେ ଏନ୍ସିପି ମୋ ଦଳ। ମୋ ପାଖରେ ଅଧିକ ସମର୍ଥନ ଅଛି।
{"width":837,"height":470}ଏହାର ଜବାବ ଦେଇ ଏନସିପି ମୁଖ୍ୟ ଶରଦ ପାଓ୍ଵାର କହିଛନ୍ତି, ଜନତା କହିବେ ପାର୍ଟି କାହାର। ମୁଁ ଲୋକଙ୍କ ଗହଣକୁ ଯିବି ଏବଂ ସମର୍ଥନ ଯୋଗାଡ଼ କରିବି। ଅଜିତ୍ ବିଜେପି ସହିତ ମିଶିବା ଉପରେ ଶରଦ ପାଓ୍ଵାର କହିଛନ୍ତି, ଏନସିପିର ବିଚାରଧାରା ଏହାର ସମର୍ଥନ ଦିଏ ନାହିଁ ଯେ, ଦଳ ବିଜେପି ସହିତ ମେଣ୍ଟ କରିବ।