ନୂଆଦିଲ୍ଲୀ ୨୦/୫: ସାଇବର ଅପରାଧ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ଏଣିକି ଇ-ଜିରୋ ଏଫଆଇର ରୁଜୁ କରିବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କ କଡାକଡି ନିର୍ଦ୍ଦେଶ । ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହେଲେ ଆପେ ଆପେ ରୁଜୁ ହେବ ମାମଲା । ସାଇବର ଅପରାଧୀଙ୍କୁ ଧରିବା ପାଇଁ ଇ-ଜିରୋ ଏଫଆଇଆର ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର।
The MHA's Indian Cybercrime Coordination Centre (I4C) introduced the new e-Zero FIR initiative to nab any criminal with unprecedented speed. Launched as a pilot project for Delhi, the new system will automatically convert cyber financial crimes filed at NCRP or 1930 to FIRs,…
— Amit Shah (@AmitShah) May 19, 2025
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଭାରତୀୟ ସାଇବର ଅପରାଧ ସମବାୟ କେନ୍ଦ୍ର ଅପରାଧୀଙ୍କ ଗତିବିଧିକୁ ଧରିବା ଓ ରୋକିବା ପାଇଁ ନୂଆ ଇ-ଜିରୋ ଏଫଆଇଆର ପ୍ରଣାଳୀ ଆରମ୍ଭ କରିଛନ୍ତି । ଏହି ସୁବିଧା ଦ୍ବାରା ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟ ପୋର୍ଟାଲ ଏବଂ ହେଲ୍ପ-ଲାଇନ୍ ନମ୍ବର ୧୯୩୦ରେ ରୁଜୁ ହୋଇଥିବା ଅପରାଧ ଗୁଡ଼ିକ ସିଧାସଳଖ ଏଫଆଇଆରରେ ପରିବର୍ତ୍ତନ ହୋଇପାରିବ ।
୧୦ ଲକ୍ଷ ଟଙ୍କା ଉପରକୁ ଠକେଇରେ ଫସିଥିଲେ ଆପଣଙ୍କ ଅଭିଯୋଗ ସିଧାସଳଖ ଏଫଆଇଆରରେ ପରିବର୍ତ୍ତିତ ହୋଇଯିବ । ସୋମବାର ଏହି ସୁବିଧା ଆରମ୍ଭ କରିବା ସହ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହି ଇ-ଏଫଆଇଆର ବ୍ୟବସ୍ଥା କୌଣସି ଅପରାଧିକ ମାମଲାର ତଦନ୍ତ ଗତିକୁ ବଢ଼ାଇବ । ମୋଦୀ ସରକାର ଦେଶକୁ ସାଇବର ସୁରକ୍ଷିତ ଦେଶ ଭାବେ ପରିଗଣିତ କରିବାକୁ ଯୋଜନା କରିଛନ୍ତି । ଖୁବଶୀଘ୍ର ଇ-ଏଫଆଇଆର ପ୍ରଣାଳୀ ସାରା ଦେଶରେ ଲାଗୁ ହେବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ।