ନିଶ୍ଚିନ୍ତକୋଇଲି ୧୬।୫: ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ପୁନର୍ବାର ଭୋଟ୍ ଗ୍ରହଣ ତାରିଖ ଧାର୍ଯ୍ୟ କରାଯାଇଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ଭୋଟ୍ ପାଇଁ ପୁନର୍ବାର ତାରିଖ ଧାର୍ଯ୍ୟ କଲେ କଟକ ସଦର ଉପଜିଲ୍ଲାପାଳ । ଚଳିତ ମେ’ ୩୦ ତାରିଖରେ ନିଶ୍ଚିନ୍ତକୋଇଲି ବ୍ଲକ୍ କାର୍ଯ୍ୟାଳୟରେ ହେବ ଅନାସ୍ଥା ଭୋଟ୍ ଗ୍ରହଣ । ସାଲେପୁର ତହସିଲଦାରଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଲେ ଉପଜିଲ୍ଲାପାଳ ।
ଗତ ୧୩ ତାରିଖରେ ୫ ଜଣ ସଦସ୍ୟ ଅସୁସ୍ଥ ହୋଇଥିବା କାରଣରୁ ସ୍ଥଗିତ ରହିଥିଲା ଅନାସ୍ଥା ଭୋଟ୍ । ଏହାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ସହିତ ଅନେକ ସରପଞ୍ଚ ଓ ସମିତି ସଭ୍ୟ ମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ଶୁକ୍ରବାର କଟକ ସଦର ଉପଜିଲ୍ଲାପାଳ ପତ୍ର ଯୋଗେ ୪ ଜଣ ସାଂସଦ ଓ ବିଧାୟକଙ୍କ ସହିତ ପଞ୍ଚାୟତ ସମିତିର ୮୨ ଜଣ ସରପଞ୍ଚ ଓ ସମିତିସଭ୍ୟ ମାନଙ୍କୁ ଆସନ୍ତା ମେ’ ୩୦ ତାରିଖ ପୂର୍ବାହ୍ନ ୧୧ ଘଟିକାରେ ପ୍ରଥମେ ଅନାସ୍ଥା ସମ୍ବନ୍ଧୀୟ ଆଲୋଚନାରେ ଭାଗ ନେବା ସହିତ ଆବଶ୍ୟକ ହେଲେ ଭୋଟ୍ରେ ଭାଗ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ପୁନର୍ବାର ନିଶ୍ଚିନ୍ତକୋଇଲି ବ୍ଲକ୍ରେ ରାଜନୀତି ଉଷ୍ମତା ବଢିବା ସହିତ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ ଓ ବିଜେଡି ନେତା ପ୍ରତାପ ଜେନା ଉଭୟଙ୍କ ସପକ୍ଷ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ନେଇ ରାଜନୀତି ଏବେ ଜୋର ଧରିଛି ।
You Can Read:
ମୁକୁଳା ଡ୍ରେନ୍ରେ ଭାସୁଥିଲା ମୃତଦେହ : ମିଳିନି ପରିଚୟ, ଜଣାପଡିନି ମୃତ୍ୟୁର କାରଣ