୨ରୁ ଅଧିକ ସନ୍ତାନ ଅଛନ୍ତି କି ? ମିଳିବନି ସରକାରୀ ଚାକିରୀରେ ପ୍ରମୋସନ, ହାଇକୋର୍ଟଙ୍କ ନିଷ୍ପତ୍ତି

Published By : Prameya-News7 Bureau | August 31, 2024 IST

ନୂଆଦିଲ୍ଲୀ ୩୧।୦୮: ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ଚାକିରୀରେ ପ୍ରମୋସନ । ଏହି ନିୟମ କେବଳ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ । ୧ ଜୁନ ୨୦୦୨ ପରଠୁ ୨ରୁ ଅଧିକ ସନ୍ତାନ ଥିଲେ ଏହି ନିୟମ ଲାଗୁ ହେବ । ତାଙ୍କୁ କିଛି ବର୍ଷ ପାଇଁ ମିଳିବନି ପ୍ରମୋସନ। ଏହାକୁ ନେଇ ହାଇକୋର୍ଟ ଜଷ୍ଟିସ୍‌ ପଙ୍କଜ ଭଣ୍ଡାରୀ ଏବଂ ଜଷ୍ଟିସ୍‌ ବିନୋଦ କୁମାର ଭାରବାନୀ ସରକାରଙ୍କ ଏହି ଆଦେଶରେ ଅନ୍ତରୀଣ ରୋକ ଲଗାଇଛନ୍ତି । 

ବାସ୍ତବରେ ଏହି ନିୟମ ୨୦୨୩ରେ ତତ୍କାଳୀନ ସରକାର ଲାଗୁ କରିଥିଲେ । ନିୟମ ଅନୁଯାୟୀ ଯେଉଁ ସରକାରୀ କର୍ମଚାରୀଙ୍କର ୨ରୁ ଅଧିକ ସନ୍ତାନ ଅଛନ୍ତି ତାଙ୍କୁ ପ୍ରମୋସନ ଦିଆଯିବନି । ସେମାନଙ୍କୁ କିଛି ବର୍ଷ ପାଇଁ ମିଳିବନି ପ୍ରମୋସନ। ତେବେ ଫେବୃୟାରୀ ୨୦୨୪ରେ ସୁପ୍ରିମକୋର୍ଟ ଟୁ-ଚାଇଲ୍ଡ ପଲିସିକୁ ନେଇ ଦେଇଥିଲେ ଏକ ବଡ ନିଷ୍ପତ୍ତି । 

ରାଜସ୍ଥାନରର ୨ରୁ ଅଧିକ ସନ୍ତାନରେ ସରକାରୀ ଚାକିରୀ ନାହିଁ ନିୟମକୁ ସୁପ୍ରିମକୋର୍ଟରେ କରାଯାଇଥିଲା ଚ୍ୟାଲେଞ୍ଜ । ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ କି ୨ରୁ ଅଧିକ ସନ୍ତାନ ରହିଲେ ସରକାର ଚାକିରୀ ଦେବାକୁ ମନା କରିବା କୌଣସି ଭେଦଭାବ ନୁହେଁ । କୋର୍ଟ କହିଥିଲେ କି ପରିବାର ନିଯୋଜନକୁ ପ୍ରୋତ୍ସାହିତ କରିବା ହେଉଛି ଏହି ନିୟମର ଉଦ୍ଦେଶ୍ୟ ।

ଖବର ଅନୁଯାୟୀ ମହାରାଷ୍ଟ୍ରରେ ଟୁ-ଚାଇଲ୍ଡ ପଲିସିକୁ ନେଇ ଅନେକ ନିୟମ ରହିଛି । ୨୦୦୧ରେ ନିୟମ ଆସିଥିଲା କି ଯେଉଁ ସରକାରୀ କର୍ମଚାରୀଙ୍କର ୨ରୁ ଅଧିକ ସନ୍ତାନ ଥିବେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ପରେ ପରିବାରର କୌଣସି ବ୍ୟକ୍ତିଙ୍କୁ ଅନୁକମ୍ପା ନିଯୁକ୍ତି ମିଳିବନି । ସେହିପରି ୨୦୦୫ରେ ନିୟମ ଆସିଥିଲା କି ୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରୀ ।

ଏହି ନିୟମ ଲାଗୁ ହେବା ପରେ ଯଦି କୌଣସି କର୍ମଚାରୀଙ୍କର ୩ୟ ସନ୍ତାନ ହୁଏ ତେବେ ତାଙ୍କୁ ସରକାରୀ ଚାକିରୀ ପାଇଁ ଅଯୋଗ୍ୟ ଘୋଷଣା କରାଯାଉଥିଲା । ଏହି ନିୟମ A, B, C ଏବଂ D ଗ୍ରୁପ ପାଇଁ ଲାଗୁ ହେଉଥିଲା । ଏପରିକି ମହାରାଷ୍ଟ୍ରରେ ୨ରୁ ଅଧିକ ସନ୍ତାନ ଥିଲେ ସ୍ଥାନୀୟ ନିର୍ବାଚନ ଲଢିବାରେ ଲଗାଯାଉଥିଲା ରୋକ୍‌ । ୨ରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ନିର୍ବାଚନ ଲଢିବାକୁ ଦିଆଯାଉନଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.