ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ, ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣ ହିନ୍ଦୁ !

Published By : Prameya-News7 Bureau | February 18, 2025 IST

ପୁରୀ ୧୮।୦୨ : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ସବୁ ସୁରକ୍ଷାକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଦକ୍ଷିଣଦ୍ୱାର ପଟେ ଅଣହିନ୍ଦୁ ଜଣକ ଶ୍ରୀମନ୍ଦିର ଭିତରୁ ବାହାରୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି‌। 

ତେବେ ସମ୍ପୃକ୍ତ ଅଣହିନ୍ଦୁ ଜଣଙ୍କ କେଉଁ ଦେଶର ତାହା ସ୍ପଷ୍ଟ ହୋଇନାହିଁ। ଅଣହିନ୍ଦୁ ଜଣକ ଇସ୍କନ ଭକ୍ତ ହୋଇଥିବା ସନ୍ଦେହ ପ୍ରକଟ କରାଯାଉଛି। ଶ୍ରୀମନ୍ଦିର ଭିତରେ ଜଣେ ସେବାୟତ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ। ତେବେ ଅଣହିନ୍ଦୁଙ୍କ ଜଣକ ବିଦେଶୀ ବୋଲି  ଶ୍ରୀମନ୍ଦିର ପ୍ରଶାସନ କୁ ଜଣାଇଥିଲେ ସେବାୟତ।‌ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ବିଦେଶୀ ଭକ୍ତଙ୍କୁ ପଚରାଉଚରା ବଦଳରେ ଛାଡି ଦେଇଥିବା ଦେଖିବାକୁ ମିଳିଛି। ଏନେଇ ପୋଲିସ ପାଖରେ କୌଣସି ସୂଚନା ନଥିବା ବେଳେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। 

କେରଳ କ୍ୟାଡର IAS, ରାମ ମନ୍ଦିର ଟ୍ରଷ୍ଟରେ କେନ୍ଦ୍ରର ପ୍ରତିନିଧୀ ରହିସାରିଛନ୍ତି ନୂଆ ସିଇସି

  • puri
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.