ଭୁବନେଶ୍ବର ୧୦।୩: ଅପରାହ୍ନରେ ବିଧାନସଭା ଅଧିବେଶନ ଆରମ୍ଭରୁ ପୁଣି ବିରୋଧୀଙ୍କ ହଟ୍ଟଗୋଳ । ଗୃହ କାର୍ଯ୍ୟକୁ ୩୦ ମିନିଟ୍ ପାଇଁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ ।
ସେପଟେ ଗୃହ ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ଡ଼ାକିଲେ ବାଚସ୍ପତି । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟଙ୍କ ଗୃହରେ ହଟ୍ଟଗୋଳ । ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ଗୃହରେ ହଙ୍ଗାମା କରିଛନ୍ତି ବିଜେଡ଼ି ବିଧାୟକ ।
ଦୁଇ ଦିନ ପରେ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ସୋମବାର ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ପରେ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ପୋଷ୍ଟର ଏବଂ ପ୍ଲାକାର୍ଡ ଧରି କଂଗ୍ରେସ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ।
ରାଜ୍ୟରେ ନାରୀ ଅସୁରକ୍ଷିତ, ନାରୀ ନିର୍ଯାତନା ବନ୍ଦ କର, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନାରା ଦେଇ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପରେ ଗୃହ କାର୍ଯ୍ୟ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ଅପରାହ୍ନରେ ବିଧାନସଭା ଅଧିବେଶନ ଆରମ୍ଭରୁ ପୁଣି ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।
You Can Read:
ଫୁଟାଇବା ପାଇଁ ଶଢୁ ଘରେ ରଖିଥିଲେ ବାଣ, ବିସ୍ଫୋରଣରେ ମଉସା-ପୁତୁରା ଗୁରୁତର