ନୟାଗଡ଼ ୧୦।୩: ନୟାଗଡ ଜିଲ୍ଲାର ନୂଆଗାଁ ଥାନା ହିରାଦେଇପୁରରେ ବାଣ ବିସ୍ଫୋରଣରେ ଦୁଇ ଗୁରୁତର । ଜଣେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଲେ ଦଶପଲ୍ଲା ଶ୍ରୀରାମପୁରର ଅମୀୟ ନାୟକ ଏବଂ ହିରାଦେଇପୁର ଗ୍ରାମର ସୁବଳ । ଉଭୟ ସମ୍ପର୍କୀୟ ମଉସା ପୁତୁରା ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଅମୀୟ ହିରାଦେଇପୁର ଗାଁର ଶଢୁ ଘରକୁ ବାଣ ଧରି ଆସିଥିଲେ । ନୟାଗଡ ନିକଟ ନବଘନପୁରରେ ବାଣ ଫୁଟାଇବା ପାଇଁ ସେ ଅର୍ଡର ରଖିଥିଲେ । ତେବେ ହଠାତ କୌଣସି କାରଣରୁ ସୋମବାର ମଧ୍ୟାହ୍ନରେ ରଖାଯାଇଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଫଳରେ ସେହି ସ୍ଥାନରେ ଥିବା ଦୁଇ ମଉସା ଓ ପୁତୁରା ଗୁରୁତର ହୋଇଥିଲେ । ଅମୀୟଙ୍କର ଶରୀରର ୮୦ପ୍ରତିଶତରୁ ଅଧିକ ପୋଡିଯାଇଥିବା ବେଳେ ସୁବଳଙ୍କ ଶରୀରର ୨୦ପ୍ରତିଶତ ପୋଡିଯାଇଥିବା ଡାକ୍ତର କହିଛନ୍ତି ।
ସରକାର ବାଣ ତିଆରି ବନ୍ଦ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ କାଯାଇପାରୁନାହିଁ । ସମ୍ପର୍କୀୟଙ୍କ ଘରେ କମ୍ପାନୀ ବାଣ ରଖାଯାଇଥିବା କହୁଥିବା ବେଳେ ପ୍ରକୃତରେ କିନ୍ତୁ ଗଛ ବାଣ ରଖାଯାଇଥିଲା ବୋଲି ସୂଚନା ମିଳିଛି ।
You Can Read:
ଚାଉଁରପୁର ଦ୍ଵିତୀୟ ସେତୁରୁ ମହାନଦୀକୁ ଡେଇଁଲେ ମହିଳା, ଖୋଜୁଛନ୍ତି ପୋଲିସ ଓ ଅଗ୍ନିଶମ କର୍ମଚାରୀ