ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ୍ ଶୋ’

Published By : Prameya-News7 Bureau | October 15, 2024 IST

ଭୁବନେଶ୍ୱର ୧୫।୧୦ : ମୁମ୍ବାଇ ଯିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ ନିବେଶକଙ୍କୁ ଭେଟି ନିବେଶ ସଂପର୍କରେ କରିବେ ଆଲୋଚନା

ଖବର ଅନୁଯାୟୀ,  ଓଡ଼ିଶାକୁ ଅଧିକ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବା ସହ ନିବେଶ ଟାଣିବାକୁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ମୁମ୍ବାଇ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ନିବେଶକଙ୍କୁ ଭେଟି ଓଡ଼ିଶା ଆସିବାକୁ   ନିମନ୍ତ୍ରଣ କରିବେ । ଓଡ଼ିଶାରେ ଶିଳ୍ପାୟନ ପାଇଁ ଥିବା ସମ୍ଭାବନା  ସଂପର୍କରେ ଶିଳ୍ପ ବିଭାଗ ପକ୍ଷରୁ ସେଠାରେ ଏକ ରୋଡ  ସୋ’ରେ ମଧ୍ୟ ଯୋଗ ଦେବେ । କେନ୍ଦୁଝରରେ ଏକ ଇସ୍ପାତ  କାରଖାନା ପ୍ରତିଷ୍ଠା ପାଇଁ ସେ ନିବେଶକଙ୍କ ସହ ଆଲୋଚନା କରିବେ। କେନ୍ଦୁଝର ଗସ୍ତରେ ଯାଇ ଏ ସୂଚନା ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ।   

ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ   ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯାଇ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ  କମିଶନର, ବାଣିଜ୍ୟିକ କମିଶନର ଓ ପୁଞ୍ଜିପତିମାନଙ୍କ ସହ  ଓଡ଼ିଶାରେ ନିବେଶ ନେଇ ଆଲୋଚନା କରିଥିଲେ । ସେମାନଙ୍କୁ  ଭରସା ଓ ପ୍ରତିଶ୍ରୁତି ଦେଇଥିଲେ, ଶିଳ୍ପାୟନକୁ ନୂଆ ଉଚ୍ଚତାକୁ   ନେବାକୁ ରାଜ୍ୟ ନିଷ୍ପତ୍ତି ନେଇଛି । ଆପଣମାନେ ଓଡ଼ିଶା  ଆସନ୍ତୁ । ସେଠାରେ ନିବେଶ ରୋଡ୍‌ ସୋରେ ମଧ୍ୟ ମୁଖ୍ୟମନ୍ତ୍ରୀ  ଯୋଗ ଦେଇଥିଲେ । ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ ଓଡ଼ିଶା  କନ୍‌କ୍ଲେଭ ୨୦୨୫ ପାଇଁ ସେ ନିବେଶକମାନଙ୍କୁ ନିମନ୍ତ୍ରଣ  କରିଥିଲେ । ଆସନ୍ତା ଜାନୁଆରୀ ୨୮ ଓ ୨୯ରେ ଦୁଇଦିନ ଧରି  ଏ ସମ୍ମିଳନୀ ଆୟୋଜିତ ହେବାକୁ ଥିବାରୁ ଅଧିକ ନିବେଶ   ଭିଡ଼ିବାକୁ ମୁଖ୍ୟମନ୍ତ୍ରୀ ୧୭ରେ ମୁମ୍ବାଇ ଗସ୍ତରେ ଯାଇ ରୋଡ  ସୋ’ କରିବେ ବୋଲି ଜଣାପଡ଼ିଛି ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.