ଆସନ୍ତା ୨୫ରେ ଆତ୍ମାହୁତି ଦେବାକୁ ଧମକ ଦେଲେ ହୋମଗାର୍ଡ ସଂଘ ସଭାପତି, ଜୀବନ ପ୍ରତି ବିପଦ ଥିବା କହିଲେ

Published By : Prameya-News7 Bureau | August 21, 2025 IST

ଭୁବନେଶ୍ବର ୨୧।୮: ଆସନ୍ତା ୨୫ ତାରିଖରେ ଆତ୍ମାହୁତି ଦେବାକୁ ଧମକ ଦେଲେ ହୋମଗାର୍ଡ ସଂଘ ସଭାପତି ରଞ୍ଜନ କୁମାର ମଲ୍ଲିକ । ଏ ନେଇ ସେ ଏକ ଭିଡିଓ ଜାରି କରି ଏହି ବାର୍ତ୍ତା ଦେଇଛନ୍ତି । ଏହି ଭିଡିଓ ବାର୍ତ୍ତାରେ ରଞ୍ଜନ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । 

ସେ ଆହୁରି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ତାଙ୍କର କିଛି ପାଖ ଲୋକ ଷଡ଼ଯନ୍ତ୍ର କରୁଛନ୍ତି । ତାହାର ଯଥେଷ୍ଟ ପ୍ରମାଣ ତାଙ୍କ ପାଖରେ ରହିଛି । ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ଡ଼ାକିବେ ତେବେ ପ୍ରମାଣ ସହିତ ସେହି ଲୋକ ମାନଙ୍କର ମୁଖା ଖୋଲିବେ ବୋଲି ରଞ୍ଜନ ତାଙ୍କ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।

ଏହାସହ ସେ ଏକ ଚିଠି ମଧ୍ୟ ଲେଖିଛନ୍ତି ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଚିଠି ଲେଖିଛନ୍ତି । ଚିଠିରେ ସେ ୧୫ଟି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ୨୫ ତାରିଖ ସୁଦ୍ଧା ସମାଧାନ ନହେଲେ ଆତ୍ମାହୁତି ଦେବାକୁ ଧମକ ମଧ୍ୟ ଦେଇଛନ୍ତି । 

You Can Read:

ଓଟିଇଟି ପ୍ରଶ୍ୱପତ୍ର କେଳେଙ୍କାରୀ ମାମଲା, ରିମାଣ୍ଡରେ ଯିବେ ଆଉ ଦୁଇ ଅଭିଯୁକ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.