ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ହୋଇଥିବା ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଉପରେ ତଦନ୍ତ ଜାରି ରହିଛି । ଦୁର୍ଘଟଣା କାରଣ ଖୋଜା ଚାଲିଛି । ତେବେ ଏହାରି ଭିତରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅପପ୍ରଚାର କରାଯାଉଥିବା ନଜରକୁ ଆସିଛି । ଏହାପରେ ସତର୍କ ହୋଇଛି ଓଡ଼ିଶା ପୋଲିସ । ଓଡ଼ିଶା ପୋଲିସ ଚେତାବନୀ ଦେଇ କହିଛି ଯେ ଟ୍ରେନ ଦୁର୍ଘଟଣାକୁ ଯେଉଁମାନେ ସମ୍ପ୍ରଦାୟୀକ ରଙ୍ଗ ଦେବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମିଛ ଏବଂ ଖରାପ ଉଦ୍ଦେଶ୍ୟ ଥିବା ପୋଷ୍ଟର ପ୍ରସାରଠାରୁ ଦୂରେଇ ରହିବାକୁ କୁହାଯାଇଛି ।
ଓଡ଼ିଶା ପୋଲିସ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଟ୍ୱିଟ୍ କରି କହିଛି, ବାଲେଶ୍ୱରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ କିଛି ସୋସିଆଲ ମଡିଆ ୟୁଜର ସାମ୍ପ୍ରଦାୟୀକ ରଙ୍ଗ ଦେବାକୁ ଉଦ୍ୟମ କରୁଥିବା ନଜରକୁ ଆସିଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଜିଆରପି ଏବଂ ଓଡ଼ିଶା ଦ୍ୱାରା ଦୁର୍ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି ।
ଏହାସହ ଓଡିଶା ପୋଲିସ କହିଛି, ମିଛି ଏବଂ ଖରାପ ଉଦ୍ଦେଶ୍ୟ ରଖି କରାଯାଉଥିବା ପୋଷ୍ଟ ଠାରୁ ସମସ୍ତେ ଦୂରେଇ ରହନ୍ତୁ । ମିଛି ପ୍ରଚାର କରି ଯେଉଁ ସାମ୍ପ୍ରଦାୟୀତ ସଦଭାବନାକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ।
wp:html/wp:htmlWe appeal to all concerned to desist from circulating such false and ill-motivated posts. Severe legal action will be initiated against those who are trying to create communal disharmony by spreading rumours.
— Odisha Police (@odisha_police) June 4, 2023
ଓଡ଼ିଶା ପୋଲିସ ଏହି ଅପିଲ୍ ଏପରି ସମୟରେ ଆସିଛି, ଯେତେବେଳେ ଟ୍ରେନ ଦୁର୍ଘଟଣା ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯେଉଁଥିରେ କିଛି ୟୁଜର ସାମ୍ପ୍ରଦାୟୀକ ଦିଗ ଦର୍ଶାଇବାକୁ ଉଦ୍ୟମ କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ ଦୁର୍ଘଟଣାସ୍ଥଳରୁ ଅଳ୍ପ ଦୂରରେ ଏକ ମସଦିଜ ରହିଛି ।
ପଢନ୍ତୁ: ସୁପ୍ରିମକୋର୍ଟରେ ବାହାନଗା ଟ୍ରେନ୍ ଟ୍ରାଜେଡି; ‘କବଚ’ ସିଷ୍ଟମ୍ ଶୀଘ୍ର ଲାଗୁ କରିବାକୁ ଆବେଦନ
wp:html/wp:htmlJust Saying
— The Random Indian (@randomsena) June 3, 2023
Yesterday Was Friday pic.twitter.com/HWz3zoCnS0
ତେବେ ଫ୍ୟାକ୍ଟ ଚେକିଂ ୱେବସାଇଟ୍ ବୁମ ଫାକ୍ଟ ଚେକ୍ ଅନୁସାରେ ଦୁର୍ଘଟଣାସ୍ଥଳରେ ମସଜିଦ ଥିବା ଦାବି ମିଛ ।
READ ALSO: SCBରେ କର୍ଣ୍ଣାଟକ ଶ୍ରମ ମନ୍ତ୍ରୀ, ‘ଓଡିଶାକୁ ସବୁ ପ୍ରକାର ସହାୟତା ପାଇଁ ଦେଲେ ପ୍ରତିଶୃତି’