ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ, ମିଳିଛି ଏକାଧିକ ବିଲ୍ଡିଂ ସହ ୪ ମୂଲ୍ୟବାନ ପ୍ଲଟ୍

Published By : Prameya-News7 Bureau | August 19, 2025 IST

ଭୁବନେଶ୍ବର ୧୯।୮: ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ସୁରେନ୍ଦ୍ରଙ୍କ ୨ଟି ବହୁମହଲା ବିଶିଷ୍ଟ ବିଲ୍ଡିଂ, ଫ୍ଲାଟ୍‌, ପ୍ଲଟ୍‌ ଜବତ କରାଯାଇଛି । ସୁରେନ୍ଦ୍ରଙ୍କର ୪ଟି ମୂଲ୍ୟବାନ ପ୍ଲଟ୍‌ ରହିଛି । ଏହାସହ ୨ ଲକ୍ଷ ୩୩ ହଜାର ନଗଦ ଟଙ୍କା ସହ ପ୍ରାୟ ୫୪ ଲକ୍ଷ ଟଙ୍କାର ବିଭିନ୍ନ ଜମା ରାଶି ମଧ୍ୟ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ସୋମବାର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ବର, ରାଉରକେଲା, ସୁନ୍ଦରଗଡ଼, ଅନୁଗୋଳ ଓ ଗଞ୍ଜାମର ୮ଟି ସ୍ଥାନରେ ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍‌ । ସୁନ୍ଦରଗଡ଼ ସ୍ବତନ୍ତ୍ର ବିଚାରପତିଙ୍କ ଠାରୁ ସର୍ଚ୍ଚ ଓ୍ବାରେଣ୍ଟ ମିଳିବା ପରେ ପରେ ଚଢ଼ାଉ ପାଇଁ ଟିମ୍‌ ଗଠନ ହୋଇଥିଲା । ଟିମ୍‌ରେ ଥିଲେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସ୍‌ଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ । ତେବେ ଚଢ଼ାଉ ବେଳେ ସୁରେନ୍ଦ୍ରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ମଧ୍ୟ ଟେରା ହୋଇଯାଇଛି । ସୁରେନ୍ଦ୍ରଙ୍କ ୨ଟି କୋଠା, ୨ଟି ଫ୍ଲାଟ୍, ୪ଟି ପ୍ଲଟ୍ ଠାବ କରାଯାଇଥିଲା । ସୁନ୍ଦରଗଡ଼ରେ ରହିଛି ୩ ମହଲା ବିଶିଷ୍ଟ କୋଠା । ଭୁବନେଶ୍ବର ଘାଟିକିଆରେ ରହିଛି ୨ଟି ଫ୍ଲାଟ୍ । ରାଉରକେଲାରେ ୨ ମହଲା କୋଠା ଠାବ ହୋଇଛି । ଗଞ୍ଜାମ ପୁରୁଷୋତ୍ତମ, ସୁନ୍ଦରଗଡ଼ ଓ ରାଉରକେଲାରେ ୪ଟି ପ୍ଲଟ୍ ରହିଛି । ୨ ଲକ୍ଷ ୩୩ ହଜାର ନଗଦ ଟଙ୍କା ଜବତ ହୋଇଛି । ଏହାସହ ପ୍ରାୟ ୫୪ ଲକ୍ଷ ଟଙ୍କାର ବିଭିନ୍ନ ଜମା ରାଶି ମଧ୍ୟ ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଭଳି ଚଢ଼ାଉ କରାଯାଇଥିଲା । 

You Can Read:

ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ୟୁନିଫର୍ମ : ଜୋତା, ମୋଜା, ଟ୍ରାକ୍ ପ୍ୟାଣ୍ଟ ବି ମିଳିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.