ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ୍ ଲୋକାର୍ପିତ, ୧୮୦୦ ମସିହାରୁ ଦସ୍ତାବିଜ ସଂରକ୍ଷିତ

Published By : Prameya-News7 Bureau | January 11, 2025 IST

କଟକ ୧: ଉଦଘାଟିତ ହେଲା ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ । କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ନିକଟରେ ଏହି ଆରକାଇଭ ନିର୍ମିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଉପସ୍ଥିତ ଅଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନ୍ୟାୟପାଳିକାର ଭିତ୍ତିଭୂମି ବିକାଶ ଲାଗି ଅର୍ଥର ଅଭାବ ରହିବନାହିଁ । ଏହାସହିତ ସାଧାରଣ ଲୋକଙ୍କୁ କିପରି ତ୍ୱରିତ ନ୍ୟାୟ ମିଳିପାରିବ, ସେ ଦିଗରେ ରାଜ୍ୟ ସରକାର ସମସ୍ତ ଚେଷ୍ଟା ଜାରି ରଖୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଆରକାଇଭ ବା ଅଭିଲେଖାଗାରରେ ରାଜ୍ୟର ନ୍ୟାୟିକ ଇତିହାସ, ନ୍ୟାୟ ବ୍ୟବସ୍ଥାର କ୍ରମ ବିକାଶ ଏବଂ ନ୍ୟାୟପାଳିକା ବାବଦୀୟ ପ୍ରାୟ ସମସ୍ତ ତଥ୍ୟ ଉପଲବ୍ଧ ଅଛି । ସମସ୍ତ ତଥ୍ୟକୁ ବିଭିନ୍ନ ଫର୍ମାଟରେ ଦେଖିବାର ବ୍ୟବସ୍ଥା କରାଯାଇଛି ଯାହା ଆଇନଜୀବୀ, ଛାତ୍ରଛାତ୍ରୀ ମାନେ ଏହି ଅଭିଲେଖାଗାରରୁ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଆରକାଇଭ ବା ଅଭିଲେଖାଗାରରେ ରାଜ୍ୟର ନ୍ୟାୟିକ ଇତିହାସ, ନ୍ୟାୟ ବ୍ୟବସ୍ଥାର କ୍ରମ ବିକାଶ ଏବଂ ନ୍ୟାୟପାଳିକା ବାବଦୀୟ ପ୍ରାୟ ତଥ୍ୟ ଉପଲବ୍ଧ । ଅଭିଲେଖାଗାରରେ ଉପଲବ୍ଧ ସମସ୍ତ ତଥ୍ୟକୁ ବିଭିନ୍ନ ଫର୍ମାଟ୍‌ରେ ଦେଖିହେବ, ବୁଝିହେବ ଏବଂ ଶୁଣିହେବ । ଅଭିଲେଖାଗାରରେ ୧୮୦୦ ମସିହା ଠାରୁ ଆରମ୍ଭ କରି ବର୍ତ୍ତମାନ ସମୟର ଦସ୍ତାବିଜ ଆଦି ସଂରକ୍ଷିତ କରି ରଖାଯାଇଛି । 

You Can Read:

ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଚାଲିଗଲା ଆରୋହୀଙ୍କ ଜୀବନ

 

  • cuttack
  • odisha
  • OdishaNews
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.