ଭୁବନେଶ୍ବରରେ ହେବ ରାଜ୍ୟର ପ୍ରଥମ ସାଇନ୍ସ ସିଟି, ସ୍ଥାନ ପାଇବ ଅନେକ ଅତ୍ୟାଧୁନିକ ବିଜ୍ଞାନ ଉପକରଣ

Published By : Prameya-News7 Bureau | May 11, 2025 IST

ଭୁବନେଶ୍ବର ୧୧।୫: ଭୁବନେଶ୍ବରରେ ହେବ ସାଇନ୍ସ ସିଟି । ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସରେ ଏହି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଅବସରରେ ମନ୍ତ୍ରୀ  କହିଛନ୍ତି, ରାଜ୍ୟରେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିକୁ ଆଗକୁ ନେବା ପାଇଁ ଅନେକ ଯୋଜନା ଚାଲିଛି । ଏମିତିକି ଭୁବନେଶ୍ୱରରେ ସାଇନ୍ସ ସିଟି ପାଇଁ ମୁଖ୍ୟମନ୍ତ୍ରୀ ଶନିବାର ୧୦୦ ଏକର ଜମି ପ୍ରଦାନ କରିଥିବା କଥା ମନ୍ତ୍ରୀ କହିଛନ୍ତି । ଏହା ରାଜ୍ୟର ପ୍ରଥମ ସାଇନ୍ସ ସିଟି ହେବ । ଏଥିରେ ଅନେକ ଅତ୍ୟାଧୁନିକ ବିଜ୍ଞାନ ଉପକରଣ ଗୁଡିକ ସ୍ଥାନ ପାଇବ ଯାହାକୁ ଦେଖି ଛାତ୍ରଛାତ୍ରୀ ମାନେ ବିଜ୍ଞାନ ପ୍ରତି ଆକୃଷ୍ଟ ହେବା ସହ ସେମାନଙ୍କର ବିଜ୍ଞାନର ଜ୍ଞାନ ବଢିବ । ଏଥିସହ ବାୟୋ ଟେକ୍ନୋଲୋଜି ପାର୍କ ଓ ପ୍ରତି ଜିଲ୍ଲାରେ ସାଇନ୍ସ ସେଣ୍ଟର ହେବ ବୋଲି ମନ୍ତ୍ରୀ କହିଛନ୍ତ ।

You Can Read:

ଛାତ୍ରଛାତ୍ରୀଙ୍କ ଭିତରେ ଦେଶ ସେବା ପାଇଁ ଆଗ୍ରହ ଅଛି, ଏବେ ସେହି ସୁଯୋଗ ସୃଷ୍ଟି କରାଯିବ : ଉଚ୍ଚଶିକ୍ଷା ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.