ଭୁବନେଶ୍ବର ୧୧।୫: ଭାରତ-ପାକିସ୍ତାନ ଅସ୍ତ୍ରବିରତି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ କହିଛନ୍ତି, ଦେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ । ବାହ୍ୟ ଶକ୍ତି କିମ୍ବା ଅନ୍ତଃ ଶକ୍ତି ମୁକାବିଲା ପାଇଁ ଏହି ପ୍ରଶିକ୍ଷଣ ଦିଆଯିବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । କାରଣ ସାମରିକ, ଅର୍ଦ୍ଧସାମରିକ, ପୋଲିସ ସେବାରେ ନିୟୋଜନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ । ଛାତ୍ରଛାତ୍ରୀଙ୍କ ଭିତରେ ଦେଶ ସେବା ପାଇଁ ଆଗ୍ରହ ଅଛି । ଏବେ ସେହି ସୁଯୋଗ ସୃଷ୍ଟି କରାଯିବ, ଯାହା ଆଗରୁ ସୃଷ୍ଟି ହୋଇନଥିଲା । ନୂଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନରେ ଏଥିପାଇଁ ଏକ ସ୍ୱତନ୍ତ୍ର କ୍ଲଜ ଅଛି ।
ଭାରତ-ପାକିସ୍ତାନ ଅସ୍ତ୍ରବିରତି ନେଇ ମନ୍ତ୍ରୀ କହିଛନ୍ତି, ଅନେକ ସର୍ବଦଳୀୟ ବୈଠକ ଡକାଯାଇଛି । ସମସ୍ତେ ଦେଶ ପାଇଁ ଏକ ହୋଇ ଠିଆ ହୋଇଛନ୍ତି । ସମସ୍ତଙ୍କୁ ନେଇ ସିଜଫାଇଆର ନିଷ୍ପତ୍ତି ନିଆଯାଇଛି । ସବୁ ନିଷ୍ପତ୍ତିର କ୍ଷମତା ସେନାକୁ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ଦେଶର ସାଧାରଣ ଲୋକଙ୍କ ଜନଜୀବନର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ : ମୁଖ୍ୟମନ୍ତ୍ରୀ