ଭୁବନେଶ୍ବର ୧୩।୧୧: ଭୁବନେଶ୍ବର ଇନଫୋସିଟି ଥାନା ଅଧିନରେ ବାଣ ବିସ୍ଫୋରଣ ଘଟଣାରେ ଜଣେ ଗିରଫ ହୋଇଛନ୍ତି । ଚୋରାରେ ବାଣ ବ୍ୟବସାୟ କରୁଥିବା ମାଲିକଙ୍କ ପୁଅ ଗିରଫ ହୋଇଛନ୍ତି । ଋତୁରାଜ ପଟ୍ଟନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଋତୁରାଜଙ୍କୁ ତାଙ୍କୁ ନିଜ ଗାଁ ଜଗତସିଂହପୁର ଅଞ୍ଚଳରୁ ଗିରଫ କରାଯାଇଛି ।
ସେପଟେ ଘଟଣାସ୍ଥଳରୁ ଜବତ ବାଣର ନମୁନା ଫରେନସିକ୍ ଲାବକୁ ପଠାଇଛି କମିଶନରେଟ୍ ପୋଲିସ । ବାଣ ଗୋଦାମ ମାଲିକ ଋତୁରାଜଙ୍କ ବାପା ଏବେବି ଫେରାର ଅଛନ୍ତି । ଏ ନେଇ ଭୁବନେଶ୍ବର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
You Can Read: