ଭୁବନେଶ୍ବର ୧୩।୧୧: ‘ସୁଭଦ୍ରା’ ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ତାଲିକା ବ୍ଲକ୍ ପ୍ରଶାସନ ଅଧିକାରୀଙ୍କୁ ପଠାଯାଇଛି । ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ୍ ହୋଇନି । ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଏବଂ ଆଧାର କାର୍ଡ ସମନ୍ବୟ ନଥିବାରୁ ସମସ୍ୟା ହୋଇଛି
। ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ବୟ ନାହିଁ । ଯାହାର ଦୁଇ ତିନୋଟି ଆକାଉଣ୍ଟ, ସେମାନଙ୍କର ଏଭଳି ସମସ୍ୟା ହେଉଛି । ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ୍ ପାଇଁ ପରାମର୍ଶ ଦେଲେ ପ୍ରଭାତୀ । ୨୪ ତାରିଖରେ ବାକିଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା । କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁ ଗାଁକୁ ଯିବ ଟିମ୍ । ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ କରିବେ ବୋଲି ପ୍ରଭାତୀ କହିଛନ୍ତି ।
You Can Read:
ଖୁବ୍ଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ : ସୁରେଶ ପୂଜାରୀ