କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ, ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା

Published By : Prameya-News7 Bureau | December 28, 2024 IST

ବାଲିପାଟଣା ୨୮।୧୨: ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବାଲିପାଟଣା-ରାଜସ ରାସ୍ତା ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ ସଫେଇ କେନାଲକୁ ଓଲଟି ପଡିଲା ଆମ୍ବୁଲାନ୍ସ । ଚାଳକଙ୍କ ସହ କିଛି କର୍ମଚାରୀ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବାଲିପାଟଣା-ରାଜସ ରାସ୍ତା ଟିଙ୍କିପଡା ଗ୍ରାମ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶନିବାର ଭୋର ସମୟରେ ଆମ୍ବୁଲାନ୍ସଟି ରୋଗୀ ଆଣିବାକୁ ଯିବା ବେଳେ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ରାସ୍ତାରେ ଥିବା ଏକ ଷଣ୍ଢକୁ ବଞ୍ଚାଇବାକୁ ଯାଇ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇଥିଲା । ଫଳରେ ଆମ୍ବୁଲାନ୍ସଟି ରାସ୍ତା କଡ଼ରେ ଥିବା ସଫେଇ କେନାଲକୁ ଓଲଟି ପଡିଥିଲା । ଦୁର୍ଘଟଣାରେ ଫଳରେ ଆମ୍ବୁଲାନ୍ସ ଚାଳକଙ୍କ ସହ କର୍ମଚାରୀ ମାନେ ସାମାନ୍ୟ ଆହତ ହୋଇଛନ୍ତି ବୋଲି ଜଣାପଡ଼ିଛି । 

You Can Read:

ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ, ଡିସେମ୍ବର ୩୧ରୁ ଜାନୁଆରୀ ୧ କଟକଣା ଲାଗୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.