ଖୁବ୍‌ଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ : ସୁରେଶ ପୂଜାରୀ

Published By : Prameya-News7 Bureau | November 13, 2024 IST

ଭୁବନେଶ୍ବର ୧୩।୧୧: ଖୁବ୍‌ ଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଥିଲେ, ବିଗତ ସରକାର ୨୦୦୬ରେ ବେଦାନ୍ତ ସହ ଏମ୍‌ଓୟୁ କରିଥିଲେ ।   ଘୋଷାଣ କରିଥିଲେ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ । ଏଥିପାଇଁ ବେଦାନ୍ତ ଭିନ୍ନ ଭିନ୍ନ ସମୟରେ ନାମକରଣ ତିନି ଥର ବଦଳିଲା ।  ୨୨ଟା ଗାଁର ଜମି ସହ ସରକାରୀ ଜମି ଦିଆଯିବାକୁ ଚୁକ୍ତି ହୋଇଥିଲା । ବାସଚ୍ୟୁତ ହୋଇଥିବା ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ହାଇକୋର୍ଟ ନାପସନ୍ଦ କରିଥିଲେ । ୨୦୦୯ରେ ଜମି ଅଧିଗ୍ରହଣ ଅବ୍ୟବସ୍ଥା ନେଇ ହାଇକୋର୍ଟ ଖାରଜ କରିଥିଲେ । ବିଜେଡି ସରକାରର ଏହା ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଥିଲା । ୨୦୨୩ରେ ହାଇକୋର୍ଟ ଖାରଜ କଲେ ।  ଆଦେଶ ଦେଲେ ଜମି ଫେରାଇବାକୁ । କ୍ଷତିପୂରଣ ପାଇଥିବା ଅଧିବାସୀ ତାକୁ ଫେରାଇବେ । ଲିଜ୍ ଜମିକୁ ରାଜ୍ୟ ସରକାର ନିଜ ପାଖକୁ ଆଣିବେ । ବେଦାନ୍ତ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । କିନ୍ତୁ ସୁପ୍ରିମକୋର୍ଟ ମଧ୍ୟ ଏହାକୁ କାଏମ ରଖିଲେ । ଏଥିଲାଗି ସରକାର ଲୋକଙ୍କୁ ଜମି ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।  ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ପ୍ରକ୍ରିୟା  ଆରମ୍ଭ କରିବେ । ଏହି ପ୍ରକ୍ରିୟା ପାଇଁ ଲୋକଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି । ଦିନେ ଦୁଇ ଦିନ ଭିତରେ ପ୍ରକ୍ରିୟା ସରିବ । ବିଜ୍ଞପ୍ତି ପ୍ରକାଶ ପାଇବ ତାପରେ ଜମି ଫେରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ମନ୍ଥର ଗତିରେ ଚାଲିଛି ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ ପ୍ରାସାଦ, ସମୀକ୍ଷା ପରେ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.