ଏଣିକି ପ୍ରେସକ୍ରିପସନ ଧରି ବୁଲିବେନି ରୋଗୀ, ଗୋଟିଏ କାର୍ଡ଼ରେ ରହିବ ସବୁ ଡ଼ାଟା : ସ୍ବାସ୍ଥ୍ୟମନ୍ତ୍ରୀ

Published By : Prameya-News7 Bureau | January 02, 2025 IST

ଭୁବନେଶ୍ବର ୨।୧: ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରି ବୁଲିବେ ନାହିଁ ରୋଗୀ । ଗୋଟିଏ କାର୍ଡ଼ରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଖୁବ୍‌ଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ନ୍ୟାସନାଲ ହେଲ୍ଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ । ଏହି କାର୍ଡର ନାମ ରହିବ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ । ପପୁଲେସନ ଅନୁଯାୟୀ ଆଭା ଆକାଉଣ୍ଟ ସମସ୍ତ ରେଜିଷ୍ଟ୍ରେସନ କରିପାରିବେ । କ୍ୟୁ ଆର୍ କୋଡ଼୍ ସ୍କାନ୍ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ପାଇହେବ । ନ୍ୟାସନାଲ ଡିଜିଟାଲ ହେଲ୍ଥ ମିସନ ଅନୁଯାୟୀ ଏହା ପାଇ ହେବ । ଅନଲାଇନରେ ଆବେଦନ କରିହେବ କାର୍ଡ । ଆୟୁଷ୍ମାନ ଭାରତ ସହିତ ମିଳିବ ଏହି କାର୍ଡ । ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ସରକାର ଯୋଜନା କରୁଛନ୍ତି । 


You Can Read:

କଲବଲ କରୁଛି ପ୍ରବଳ ଜାଡ଼ : ବିଭିନ୍ନ ସହରରେ ତାପମାତ୍ରା ୧୦ଡ଼ିଗ୍ରୀ କିମ୍ବା କମ୍ ରେକର୍ଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.