ଭୁବନେଶ୍ବର ୨।୧: କଲବଲ କରୁଛି ପ୍ରବଳ ଜାଡ଼ । ଶୀତରେ ଦେହ ଥରି ଉଠୁଛି । ବୁଧବାର ରାଜ୍ୟରେ ତାପମାତ୍ରା କମିଛି । ରାଜ୍ୟରେ ବିଭିନ୍ନ ସହରରେ ତାପମାତ୍ରା ୧୦ ଡ଼ିଗ୍ରୀ କିମ୍ବା କମ୍ ରେକର୍ଡ ହୋଇଛି । ରାଉରକେଲା ସହରରେ ୭ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ସହ ସବୁଠୁ ଉତ୍ତପ୍ତ ସହର ହୋଇଛି । ସେହିଭଳି ଝାରସୁଗୁଡାରେ ୮ ଡ଼ିଗ୍ରୀ, କେନ୍ଦୁଝରରେ ୯.୫ ଡ଼ିଗ୍ରୀ, ଫୁଲବାଣୀରେ ୯.୫ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୯.୫ ଡ଼ିଗ୍ରୀ, ସୁନ୍ଦରଗଡରେ ୯.୭ ଡ଼ିଗ୍ରୀ ଏବଂ ସୋନପୁରରେ ୧୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇଛି ।
ସେପଟେ ଭାରତୀୟ ପାଣିପାଗ କେନ୍ଦ୍ର ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ଭାବ୍ୟ ବର୍ଷାକୁ ନେଇ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ କହୁଛି, ଏଥର ଜାନୁଆରୀରୁ ମାର୍ଚ୍ଚ ଭିତରେ ଉତ୍ତର ପଶ୍ଚିମ ଭାରତକୁ ଛାଡ଼ିଦେଲେ ବାକି ସବୁଠି ବର୍ଷା ସ୍ୱାଭାବିକ ଠାରୁ ଅଧିକ ରହିପାରେ । ସମ୍ଭାବ୍ୟ ଚିତ୍ର ଦର୍ଶାଉଛି, ଓଡ଼ିଶାରେ ବି ଆଗାମୀ ୩ ମାସ ଅଧିକ ବର୍ଷା ହୋଇପାରେ । ଜାନୁଆରୀ ମାସରେ ବି ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ଏହି ସମ୍ଭାବ୍ୟ ଚିତ୍ର ଅନୁସାରେ ଏଥର ଜାନୁଆରୀରେ ଓଡ଼ିଶାରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ । ସ୍ୱାଭାବିକ ଠାରୁ ଅଧିକ ରହିବ ରାତି ତାପମାତ୍ରା । ହେଲେ ଦିନ ତାପମାତ୍ରା ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ କମ୍ ରହିପାରେ ।
You Can Read: