କୁଚିଣ୍ଡା ୨୪।୫: ଜମିବାଡ଼ି ବିବାଦରୁ ଛୁରୀ ମାଡ଼ ହୋଇଛି । ଛୁରୀ ମାଡ଼ରେ ଗୁରୁତର କୁଚିଣ୍ଡା ଥାନା କତରକେଲ ଗାଁର ନାରାୟଣ ପ୍ରସାଦ ପଟେଲଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ କୁବେର ଭୋଇ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ନିଜ ଜମିରେ ନାରାୟଣ ଟ୍ରାକ୍ଟରରେ ହଳ କରୁଥିବା ବେଳେ ପଡୋଶୀ ଜମି ମାଲିକ ଆକ୍ରମଣକାରୀ କୁବେର ମଧ୍ୟ ତାଙ୍କ ଜମି ହଳ କରିବାକୁ ନାରାୟଣଙ୍କୁ ଅନୁରୋଧ କରିଥିଲା । ପରବର୍ତ୍ତୀ ସମୟରେ ସେହି ଜମିକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । କୁବେର ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଛୁରୀରେ ନାରାୟଣଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଆଣିଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଏନେଇ ନାରାୟଣଙ୍କ ପୁଅ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
You Can Read:
ନୀତି ଆୟୋଗ ବୈଠକରେ ଓଡ଼ିଶାର ହକ୍ ପାଇଁ ଉପଯୁକ୍ତ ଯୁକ୍ତି ବାଢନ୍ତୁ ମୁଖ୍ୟମନ୍ତ୍ରୀ